ସୈନିକଙ୍କୁ ଠକିଥିଲା ମିଛ ସଂସ୍ଥା, ୫ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ
କଟକ: ସୈନିକ ମାନଙ୍କୁ ବାସପଯୋଗୀ ଜମି ଯୋଗାଇବା ନାରେ ଠକେଇ ମାମଲା । ଅଭିଯୁକ୍ତ ରାକେଶ ରାଣା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭୟଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଲେଖାଏଁ ଜୋରିମାନା କରାଯାଇଛି । ଜୋରିମାନା ନଦେଲେ ୧ ବର୍ଷ ଅଧିକ ଜେଲ ଦଣ୍ଡ ପାଇଁ ରାୟ ଶୁଣାଇଛନ୍ତି କୋର୍ଟ । କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୈନିକ ୱେଲଫେୟାର ଅର୍ଗାନଜେସନ ଅଫ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଠକେଇ କରିଥିଲା । ବୃକସନ ଇନଫ୍ରା ପ୍ରାଇଭେଟ ଲିମିଟେଡ଼ ଜରିଆରେ ଜମି ଦେବେ ବୋଲି କହିଥିଲେ । ୨୦୧୦ ରୁ ୨୦୧୫ ପର୍ଯ୍ୟନ୍ତ ଠକେଇ ଜାରି ରଖିଥିଲେ । ଘଟଣାର ତଦନ୍ତ ପରେ ଜଣା ପଡିଥିଲା ଯେ, ମୋଟ ୨୯ କୋଟି ଟଙ୍କା ଠକେଇ କରାଯାଇଛି । ସେପଟେ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଏହି ମାମଲାର ଶୁଣାଣୀ କରି ନିର୍ଦେଶ ଶୁଣାଇଛନ୍ତି ।
