ମହାରାଷ୍ଟ୍ରର ଡେପୁଟୀ ସିଏମ ଅଜିତ ପାଓ୍ବାରଙ୍କ ବିମାନ ବୁଧବାର ବାରାମତୀର କ୍ରାଶ ହୋଇଯାଇଥିଲା । ପ୍ଲେନ ଲ୍ୟାଣ୍ଡିଂ ଷ୍ଟ୍ରିପର ନିକଟସ୍ଥ ଅଞ୍ଚଳରେ ଖସିପଡ଼ିଥିଲା । ଲ୍ୟାଣ୍ଡିଂ କରିବା ସମୟରେ ହିଁ ବିମାନର କଣ୍ଟ୍ରୋଲରେ ଗଡ଼ବଡ଼ ହୋଇଯାଇଥିଲା । ଅଜିତଙ୍କ ପରେ କିଏ ଧରିବ ମଙ୍ଗ ତାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଅଜିତଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ସୁନେତ୍ରା ପାଓ୍ବାର ରାଜ୍ୟର ଡେପୁଟୀ ସିଏମ୍ ହୋଇପାରନ୍ତି । ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ସୁନୀଲ ତଟକରୀ ଏହା ମଧ୍ୟରେ ସୁନେତାଙ୍କ ସହ ସାକ୍ଷାତ କରିଛନ୍ତି ।
ସୂତ୍ର ମୁତାବକ, ସୁନେତ୍ରାଙ୍କୁ ଡେପୁଟୀ ସିଏମ ହେବା ନେଇ ପ୍ରସ୍ତାବ ଦିଆଯିବ । ନିଜର ଦିବଙ୍ଗତ ପତି ଅଜିତଙ୍କ ଆସନରୁ ସୁନେତ୍ରା ନିର୍ବାଚନ ଲଢ଼ିପାରନ୍ତି । କୁହାଯାଉଛି ଯେ, ପ୍ରଫୁଲ୍ଲ ପଟେଲ ଏନସିପିର ଅଧ୍ୟକ୍ଷ ହୋଇପାରନ୍ତି । ଏହି ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ ସାକ୍ଷାତ କରିବେ । ସେହି ଅବସରରେ ଏନସିପି (ଏସପି)ର ବିଲୟ ଉପରେ ମଧ୍ୟ ଚର୍ଚ୍ଚା ହୋଇପାରେ । ମହାରାଷ୍ଟ୍ରର ଡେପୁଟୀ ସିଏମ ଅଜିତଙ୍କ ବିମାନ ବୁଧବାର ଦିନ କ୍ରାଶ ହୋଇଯାଇଥିଲା । ଉକ୍ତ ଘଟଣାରେ ଅଜିତଙ୍କ ସମେତ ୫ ଜଣ ଲୋକଙ୍କ ମୃତ୍ୟୁ ଘଯିଥିଲା । ପ୍ଲେନରେ ଅଜିତଙ୍କ ସହ ଜଣେ ସୁରକ୍ଷାକର୍ମୀ, ୨ ପାଇଲଟ ଓ ଜଣେ ମହିଳା କ୍ରୁ ସଦସ୍ୟ ଥିଲେ । ଅଜିତ ଫେବୃ୍ଆରୀ ୫ରେ ପୁଣେରେ ହେବାକୁ ଥିବା ଜିଲା ପରିଷଦ ନିର୍ବାଚନ ପାଇଁ ରାଲିକୁ ସମ୍ବୋଧିତ କରିବାର ଥିଲା । ସେ ସକାଳରୁ ମୁମ୍ବାଇରୁ ବାରାମତୀ ଅଭିମୂଖେ ବାହାରିଥିଲେ, ମାତ୍ର ଲ୍ୟାଣ୍ଡିଂ ସମୟରେର ଦୁର୍ଘଟଣା ଘଟିଥିଲା ।

