ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଚାଲିଛି ରେଡ୍ । ୨୦ ଜଣ ଅଫିସରଙ୍କୁ ନେଇ ଗଠିତ ଏକ ଟିମ୍ ଏହି ଚଢାଉ କରିଛି । ଘରୁ ଠାବ ହୋଇଥିବା ସୁନା ରୁପାର ଯାଞ୍ଚ ପାଇଁ ଏକ ବଣିଆକୁ ଡକାଯାଇଥିଲା । ସମସ୍ତ ସୁନା ରୁପାର ଓଜନ ମାପିଛି ବଣିଆ । ଏ ପର୍ଯ୍ୟନ୍ତ ପ୍ରଦୀପଙ୍କ ସରକାରୀ ବାସଭାବନରୁ କେତେ ଆୟବହିର୍ଭୁତ ସମ୍ପତି ମିଳିଛି ତାହା ସ୍ପଷ୍ଟ ହୋଇନାହିଁ ।
ଆଜି ଭିଜିଲାନ୍ସ ସ୍କାନରରେ ଥିଲେ ଗୋପାଳପୁର ବିଧାୟକ । ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସର ୧୫ଟି ଟିମ୍ । ପ୍ରଦୀପଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ବର ରାଓ, ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁ, ହରେକୃଷ୍ଣ ସାହୁ, ମଦନ ପାଣିଗ୍ରାହୀ, ଗୋବିନ୍ଦପୁରର ସୂର୍ଯ୍ୟ ସାହୁଙ୍କ ଘର ଏବଂ ଫାର୍ମ ହାଉସ୍, ପ୍ରଦୀପଙ୍କ ଡ୍ରାଇଭର ଉଜ୍ଜ୍ୱଳ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ ହୋଇଛି ।
ପ୍ରଦୀପ ପାଣିଗ୍ରାହୀଙ୍କ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା କଥା ପୂର୍ବରୁ ଆକଳନ କରିଥିଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ୬ ଅଭିଯୋଗର ଅଧିକ ତଦନ୍ତ କରିବା ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ପରେ ଆଉ ଏକ ମାମଲା ରୁଜୁ କରି ଚଢ଼ାଉ କରୁଛି ଭିଜିଲାନ୍ସ ।

