ମୁମ୍ବାଇ : ନୂଆବର୍ଷରେ ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ଗୃହଋଣ । ଜାନୁଆରୀ ପହିଲାରୁ ୭.୮୦% ସୁଧ ହାରରେ ମିଳିବ ଗୃହ ଋଣ । ଏସବିଆଇ ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଙ୍ଗ ରେଟ୍ (EBR)ରେ କାଟ୍ କରିଛି । ଯାହାର ଫାଇଦା ଉଠାଇ ପାରିବେ ଗ୍ରାହକ । EBR ୨୫ ବେସିସ୍ ପଏଣ୍ଟ କମିବା ପରେ ଏହା ଏବେ ୭.୮୦କୁ ଖସିଛି । ପୂର୍ବରୁ ଏହା ୮.୦୫ ରହିଥିଲା ।
ନୂଆ ଦର ଜାନୁଆରୀ ପହିଲାରୁ ଲାଗୁ ହେବ । ୨୦୨୦ ବର୍ଷରୁ MSME, ହାଉସିଂ ଓ ରିଟେଲ ଲୋନର ସବୁ ଫ୍ଲୋଟିଙ୍ଗ ରେଟକୁ ଏକ୍ସଟର୍ନ।ଲ ବେଞ୍ଚମାର୍କ ରେପୋ ରେଟ ସହ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି । ୨୦୧୯ ଫେବ୍ରୁଆରୀ ମାସରୁ ଆରବିଆଇ ମୋଟ ୧.୩୫ ପ୍ରତିଶତ ରେପୋ ରେଟ୍ କମାଇଛି ।
ଯଦି ତଥ୍ୟକୁ ଦେଖିବା ତେବେ ଏସବିଆଇ ନିକଟରେ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ରହିଛି ।
ଷ୍ଟେଟ ବ୍ୟାଙ୍କ କମାଇଲା ଗୃହଋଣ, ନୂଆବର୍ଷରୁ ହେବ ଲାଗୁ

