ଷଣ୍ଢ ଟାର୍ଗେଟରେ ତିନି ପରିବାର: ଘର ଛାଡୁନି, ଯାହାକୁ ଦେଖୁଛି ଗୋଡ଼ାଉଛି

ବଣାଇ: ମଣିଷ ଭଳି ପଶୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଥେଣ୍ଟେଇପୋଷ ଗ୍ରାମରେ   । ଷଣ୍ଢକୁ ଆକ୍ରମଣ କରି ଘଉଡାଇଦେବା ପରେ, ଏବେ ଷଣ୍ଢ ପ୍ରତିଆକ୍ରମଣ ପାଇଁ ଜଗିଛି । ଭୟରେ ୮ଦିନ ହେଲା
ଘର ଛାଡି ବନ୍ଧୁଙ୍କ ଘରେ ଆଶ୍ରୟ ନେଇଛନ୍ତି ତିନି ପରିବାର  ।

ବିନାକାରଣରେ ଷଣ୍ଢକୁ ମାଡ ମାରିବା ମହଙ୍ଗା ପଡିଛି । ୮ଦିନ ତଳେ ଘର ଭିତରକୁ ଷଣ୍ଢଟି ପଶି ଆସୁଥିବା ଦେଖି, ପରିବାର ଲୋକ ଷଣ୍ଢକୁ ନିସ୍ତୁକ ମାଡ ମାରିଥିଲେ । ଫଳରେ ଷଣ୍ଢ ସେଠାରୁ ପଳାଇଥିଲା । ହେଲେ ତା ପରଦିନ ଷଣ୍ଢଟି ଘର ଆଗକୁ ଆସି ଜଗିଥିଲା । ଘରୁ ଯେଉଁ ଲୋକ ବାହାରକୁ ବାହାରିଲେ ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା । ଭୟରେ ଘରୁ କେହି ବାହାରିନଥିଲେ,ଦିନ ଦିନ ଘରେ ରହିିବା ପରେ ଗ୍ରାମବାସୀଙ୍କ ସହାୟତା ଲୋଡିଥିଲେ ପରିବାର ଲୋକ  ।

ସେପଟେ ଷଣ୍ଢ ଆତଙ୍କରେ ଗ୍ରାମବାସୀଙ୍କ ସରଣ ପସିଥିଲେ ପରିବାର ଲୋକ  । ସମସ୍ତଙ୍କ ଉଦ୍ୟମରେ ଷଣ୍ଢକୁ ଘଉଡାଇ ଦିଆଯାାଇଥିଲା । ହେଲେ ତା ପରଦିନ ପୁଣି ଷଣ୍ଡ ଘର ସମ୍ମୁଖରେ ହାଜର । ପରିବାର ଲୋକଙ୍କୁ ଦେଖିଲେ ସଂ ସଂ ହୋଇ ମାଡି ଆସୁଛି । ଏହି ତିନୋଟିି ପରିବାର ହେଲେ ଡମ୍ବରୁ ମହାନ୍ତ, ସୁବାଷ ମହାନ୍ତ ଓ ଦେବରାଜ ମହାନ୍ତ । ଥେଣ୍ଟେଇପୋଷ ଗାଁ ର ବାଦାମବାଡ଼ି ବସ୍ତିରେ ଦୀର୍ଘଦିନ ହେଲା ଏମାନେ ରହି ଆସୁଛନ୍ତି  । ଆଠଦିନ ତଳେ ଡମ୍ବରୁ ତାଙ୍କ ଘର ଅଗଣାକୁ ଏକ ବୁଲା ଷଣ୍ଢ ପଶି ଆସିବା ଦେଖି ତାକୁ ଟେକା ପଥର ମାରି ଘଉଡାଇ ଦେଇଥିଲେ  ।

ସେହି ଦିନଠାରୁ ଷଣ୍ଢ ଟି ପ୍ରତିଶୋଧ ପ୍ରୟଣ ହୋଇଯାଇଥିଲା  । ଘଟଣା ଏଭଳି ହେଲା ଯେ ସେ ବସ୍ତିରେ ରହୁଥିବା ତିନୋଟି ପରିବାର ଙ୍କୁ ଟାର୍ଗେଟ ରେ ରଖି ଦିନରାତି  ଜଗିରହିଛି  । ଘର ଆଗ ଛାଡ଼ୁ ନାହଁ । ଅନ୍ୟପଟେ ପରିବାର ଲୋକ ଏହାକୁ ଶିବଙ୍କ କୋପ ବୋଲି ଭାବିବା ମଧ୍ୟ ଆରମ୍ଭ କରିଦେଇଛନ୍ତି  ।   ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ଷଣ୍ଢର ରାଗ ଯେସାକୁ ତେସା  ।

Leave a Reply