spot_img

Latest Posts

ଶ୍ରୀଜୀଉଙ୍କ ସୁନାବେଶ ନୀତି ବିଳମ୍ବ; ଜିଲ୍ଲପାଳଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ

ପୁରୀ: ପୌଷ୍ୟ ପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ମହାପ୍ରଭୁଙ୍କ ସୁନାବେଶ ନୀତି ବିଳମ୍ବ ନେଇ ଆରମ୍ଭ ହୋଇଛି ସମୀକ୍ଷା ବୈଠକ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଏହି ବୈଠକ । ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଛି ।

ସମୀକ୍ଷା ବୈଠକ ଆଜି ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନ ବୈଠକରେ ପୁଷ୍ପାଳକ ସେଵାୟତ ମାନେ ଉପସ୍ଥିତ ରହିଛନ୍ତି । ଗତ 28 ତାରିଖ ଦିନ ମହାପ୍ରଭୁଙ୍କ ସୁନାବେଶ ସମୟରେ କେଉଁ କାରଣରୁ ନୀତି ବିଭ୍ରାଟ ହୋଇଥିଲା ସେନେଇ ଏହି ସମୀକ୍ଷା ଜାରି ରହିଛି ।

ସିଂହାରୀ ଓ ମେକାପ୍ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସୁନାବେଶ ହୋଇପାରିନଥିବା ଜଣାପଡିଥିଲା । ଫଳରେ ନୀତିକାନ୍ତି ୩ ଘଣ୍ଟା ବିଳମ୍ବ ହୋଇଥିଲା । ପୌଷ ପୂର୍ଣ୍ଣମା ପୂର୍ବଦିନରୁ ଅଧିବାସ ଗୃହରେ ରହିଥିବା ଘିଅ ମିଶ୍ରିତ ସହ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥାଏ ।

ଏସମସ୍ତ ନୀତିକାନ୍ତି ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା’ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରନ୍ତି । କିନ୍ତୁ ପୌଷ ପୂର୍ଣ୍ଣମାରେ ବିଭ୍ରାଟ ହୋଇଥିଲା ନୀତିକାନ୍ତି । ଫଳରେ ବିଳମ୍ବ ହୋଇଥିଲା ସୁନାବେଶ ନୀତି । ଯେଉଁଥିପାଇଁ ଆଜି ଆରମ୍ଭ ହୋଇଛି ସମୀକ୍ଷା ବୈଠକ ।

Latest Posts

Don't Miss