ଲକଡାଉନ୍ ସମୟରେ ଚଳଞ୍ଚଚଳ ସଙ୍ଗୀତକାର ଅଭିଜିତ୍ ମଜୁମ୍ଦାର
ଭୁବନେଶ୍ୱର: ବିଗତ ବର୍ଷେ ହେଲା ଓଲିଉଡ ଜଗତ ଅତି ସଙ୍ଗୀତ ପରିସ୍ଥିତି ଦେଇ ଗତି କରୁଛି । ତଥାପି ସଙ୍ଗୀତର ସାଥ୍ ଛାଡିିନାହାଁନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର । ସେ ଛୋଟ ହେଉ କି ବଡ ବଜେଟ୍ ଫିଲ୍ମ । ଅଭିଜିତଙ୍କ ପାଖରେ ଫିଲ୍ମର ସଂଖ୍ୟା ସବୁଠୁ ଅଧିକ । ଲକି ର ଲକଡାଉନ୍ ଲଭଷ୍ଟୋରୀ, ଅରୁନ୍ଧତୀ, ଦିଲରେ ଅଛି ତୋର ନାଁ, ଲାଗେ ମୋତେ କେମିତି କେମିତି, ଜଗୁ ଟ୍ୟାକ୍ସି ଡ୍ରାଇଭର, ଇଏ ବି ଗୋଟିଏ ଲଭଷ୍ଟୋରୀ, ଚୁମ୍କି ମାଇଁ ଡାର୍ଲିଂ, ଇନ୍ଦ୍ରଜାଲ, ଏଇ ବୋଧେ ଭଲପାଇବା, ଅଟୋଗ୍ରାଫ, ଧୋ ରେ ବାଇୟା ଧୋ, ଚୁଲ୍ବୁଲ୍ ପାଣ୍ଡେ, ପ୍ରେମୀ ଆୱାରା, ମୋ କାହାଣୀରେ ତୋରି ନାଁ ଓ ଚକ୍ଷୁବନ୍ଧନ ଭଳି ଅନେକ ଫିଲ୍ମ ଅଭିଜିତଙ୍କ ତାଲିକାରେ ରହିଛି ।
ସେ ୟୁଟ୍ୟୁବ ପ୍ଲାଟଫର୍ମରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । ବର୍ଷେ ଭିତରେ ସେ କେ ୧ ପ୍ରଡକ୍ସନ୍, ବସନ୍ତ ସ୍ନେହା ପ୍ରଡକ୍ସନ୍, ତରଙ୍ଗ ମ୍ୟୁଜିକ, ତାରା ମ୍ୟୁଜିକ, ଦୀପ ମ୍ୟୁଜିକ ଓ ଅନ୍ୟାନ୍ୟ ପାଖାପାଖି ୫୦ଟି ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ସେ ଗୀତ କରିଛନ୍ତି । ସ୍ୱର କରିବା ସହ ଗାଇବାକୁ ବାଦ୍ ଦେଲେ ସେ ବିଭିନ୍ନ କାର୍ଯ୍ୟକ୍ରମର ସୁଟିଂ ପାଇଁ ବ୍ୟସ୍ତ ରହିଥାନ୍ତି । ତରଙ୍ଗ ଲକଡାଉନ୍ ଅନ୍ତାକ୍ଷରୀ, ତରଙ୍ଗ ମହାସଙ୍ଗମ, ବିଭିନ୍ନ ୟୁଟ୍ୟୁବ, ଫେସବୁକ ଓ ଇନଷ୍ଟାଗ୍ରାମ୍ ଚ୍ୟାନେଲଗୁଡିକରେ ଲାଇଭ ଆସିବା ଏବଂ ୟୁଏସ୍ ଓ ୟୁକେ ପାଇଁ ଦୁଇତିନିଟା ଅନଲାଇନ୍ ସୋ’ କରିବା ତାଙ୍କ ବ୍ୟସ୍ତତାର ପ୍ରମାଣ ଦିଏ ।
ସଙ୍ଗୀତ ଭିତରେ ଥାଇ ମଧ୍ୟ ସେ କବେ ବି ସମାଜସେବାରୁ ନିବୃତ୍ତ ହୋଇନାହାଁନ୍ତି । OMAWA ର ସଭାପତି ପଦରେ ଥାଇ ଅଭିଜିତ୍ କଳାକାରଙ୍କ ଦୁଃଖ ସରକାରଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି । ଅସୁବିଧାରେ ଥିବା କଳାକାରଙ୍କୁ ସାହାଯ୍ୟ କରିବା , ଓଡିଶାରେ ଥିବା ସବୁ କଳାକାରଙ୍କ ଭିତରେ ଭାଇଚାରା ବଢାଇବା ପାଇଁ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ କରାଇବା, ବରିଷ୍ଠ କଳାକାରଙ୍କୁ ସମ୍ମାନିତ କରିବା, ନିଜ ସାଙ୍ଗସାଥୀଙ୍କ ମେଳରେ ମିଶି ରକ୍ତ ଶିବିର ଅନୁଷ୍ଠିତ କରିବା, ଛୋଟବଡ ଅନେକ ସମାଜିକ ଅନୁଷ୍ଠାନମାନଙ୍କ ପାଇଁ ଆଗକୁ ଆସିବା ତାଙ୍କ ଉଦରତାକୁ ଦର୍ଶାଇଥାଏ ।
ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ସେ ସବୁବେଳେ ବିନ୍ଦାସ ରହିଥାନ୍ତି । ସମସ୍ତଙ୍କୁ ଧୌର୍ଯ୍ୟ ଧରିବା ପାଇଁ ବାରମ୍ବାର ଅନୁରୋଧ କରିବା ସହିତ ଭାତଟେ ହେବ, ଡାଲିଟେ ହେବ କିମ୍ବା ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ଗୀତ ଗାଇ ଲୋକମାନଙ୍କର ମନୋରଂଜନ କରିଚାଲିଛନ୍ତି ।
