ରିମାଣ୍ଡ ପରେ ଜେଲ ଗଲା ମମିତା ହତ୍ୟାକାରୀ ଗୋବିନ୍ଦ

ବଲାଙ୍ଗୀର: ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା । ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ । କଣ୍ଟାବାଞ୍ଜି ଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଉ ରିମାଣ୍ଡ ଆବେଦନ କରିବ ନାହିଁ ପୋଲିସ । ଭୋରରୁ ବଲାଙ୍ଗୀର ଏସ୍ପି ଅଫିସରୁ ନେଇ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିଛି ବଲାଙ୍ଗୀର ପୋଲିସ ।
ମାମଲାରେ ବିଭିନ୍ନ ରାଜନୈତିକ ଦଳ ଲୋକଙ୍କୁ ଭ୍ରମିତ କରୁଥିବା ବେଳେ ମମିତାଙ୍କ ପରିବାର ତଦନ୍ତରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ଘଟଣାକୁ ଲୋକଲୋଚନକୁ ଆଣିଥିବାରୁ ମମିତାଙ୍କ ବଡ଼ବାପା ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ପୋଲିସ ତଦନ୍ତରେ ସେ ଖୁସି ବୋଲି କହିଛନ୍ତି । ଜିଲ୍ଲାପାଳ ମମିତାଙ୍କ ମାଙ୍କ ସହ କଥା ହୋଇ ଆଶ୍ବାସନା ଦେଇଛନ୍ତି ।