spot_img

Latest Posts

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉଦଯାପନୀ ଉତ୍ସବରେ ଯୋଗଦେବେ ନବୀନ

ବଲାଙ୍ଗିର: ଆଜି ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବଲି ଉତ୍ସବର ଉଦଯାପନୀ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟା ୧୦ରେ  ନବୀନ ନିବାସରୁ ବାହାରି ସ୍ୱତନ୍ତ୍ର ହେଲିକପଟର ଯୋଗେ ବଲାଙ୍ଗିର ଯିବେ ନବୀନ । ଦିନ ୧୧ଟା ୩୦ରେ  ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଦିନ ୧୨.୪୫ଟାରେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୯୪୪ରେ ସ୍ଥାପିତ ରାଜେନ୍ଦ୍ର କଲେଜ ୭୫ରେ ବର୍ଷ ପଦାର୍ପଣ କରିଛି । ଏ ଅବସରରେ ୫ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଥିଲା । ଉଦଘାଟନୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା, ମାତ୍ର ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଗସ୍ତ ବାତିଲ ହୋଇଥିଲା ।

Latest Posts

Don't Miss