spot_img

Latest Posts

ରାଜଧାନୀ ନୂଆଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ, ୯ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ନେଇ ବଡ଼ ତଥ୍ୟ ଦେଇଛି ଫରେନ୍ସିକ ଟିମ। ପ୍ରଥମେ କୁହାଯାଇଥିଲା ଯେ ଗୋଟିଏ ସିଏନଜି ଚାଳିତ ଇକୋ ଭ୍ୟାନ୍ରେ ବିସ୍ଫୋରଣ ହେବାରୁ ଏତେ ବଡ଼ ଘଟଣା ଘଟିଛି। କିନ୍ତୁ ବିସ୍ଫୋରଣ ଭ୍ୟାନ୍ ନୁହେଁ, କାରରେ ହୋଇଥିଲା ବୋଲି ଫରେନ୍ସିକ ଟିମ ସ୍ପଷ୍ଟ କରିଛି। ଏକ ଆଇ-ଟ୍ବେଣ୍ଟି କାରରେ ବିସ୍ଫୋରଣ ହୋଇଥିବା ନେଇ ଜଣାପଡିଛି। ଗାଡ଼ି ମାଲିକଙ୍କୁ ପଚରାଉଚରା କରାଯାଉଛି। କିନ୍ତୁ ଗାଡ଼ି ମାଲିକ କହିଛି ଯେ, ସେ ଏହି ଗାଡ଼ିକୁ ପୂର୍ବରୁ ବିକ୍ରି କରିଦେଇଛନ୍ତି। ତେବେ ସବୁ ଦିଗକୁ ନେଇ ତନାଘନା ଚଳାଇଛି ତଦନ୍ତକାରୀ ଟିମ୍। ଲାଲକିଲ୍ଲା ମେଟ୍ରୋ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଥିବା ବେଳେ, ଅନେକ ଆହତ ହୋଇଛନ୍ତି। ଏନଏସଜି କମାଣ୍ଡୋଙ୍କ ଠାରୁ ଆରମ୍ଭ କରି ଏନଆଇଏ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି। ଫରେନ୍ସିକ ଟିମ ଜାଣିବାକୁ ପାଇଛି ଯେ ବିସ୍ଫୋରଣ ଗୋଟିଏ ହୁଣ୍ଡାଇ ଆଇ-ଟ୍ବେଣ୍ଟି କାରରେ ହୋଇଛି। ବିସ୍ଫୋରଣ ବେଳେ କାରରେ ୩ ଜଣ ଲୋକ ରହିଥିଲେ। ଗାଡ଼ିର ପଛ ପାଖରେ ହିଁ ବିସ୍ଫୋରଣ ହୋଇଥିଲା। ମୃତାହତଙ୍କ ଶରୀରେ ପୋଡ଼ି ହେବାର ମଧ୍ୟ ଚିହ୍ନ ନାହିଁ ବୋଲି ଫରେନସିକ ଟିମ ସ୍ପଷ୍ଟ କରିଛି। ବିସ୍ଫୋରଣ ହୋଇଥିବା ଗାଡ଼ି ସମେତ ଆଖପାଖରେ ଥିବା କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକାଧିକ ଗାଡ଼ି ମଧ୍ୟ ଜଳି ଯାଇଥିଲା। ଏଫଏସଲ, ଏନଆଇଏ ଠାରୁ ଆରମ୍ଭ କରି ସବୁ ଏଜେନ୍ସି ଘଟଣା ସ୍ଥଳରେ ଯାଞ୍ଚ କରୁଛନ୍ତି। ସ୍ଥିତି ଉପରେ ନଜର ରହିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଷ୍ଟ୍ରିଟ ଲାଇଟ ମଧ୍ୟ ଦୋହଲି ଯାଇଥିଲା। ତେଣୁ ବିସ୍ଫୋରଣ ପାଇଁ ବିପୁଳ ପରିମାଣର ଅତ୍ୟାଧୁନିକ ବିସ୍ଫୋରକ ବ୍ୟବହାର କରାଯାଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହା କୌଣସି ସାଧାରଣ ବିସ୍ଫୋରଣ ନଥିଲା ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଏନଆଇଏ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଥିବା କହିଛନ୍ତି ଅମିତ ଶାହ। ଘଟଣା ପରେ ଦିଲ୍ଲୀ, ମୁମ୍ବାଇ, ଉତ୍ତର ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି।

Latest Posts

Don't Miss