ରାଜଧାନୀରେ ରାକ୍ଷସ ମାମୁ, ୧୫ ବର୍ଷ ଧରି ଭାଣୀଜି ସହ ରଖିଛି ଶାରୀରିକ ସମ୍ପର୍କ

ଭୁବନେଶ୍ୱର: ଆପଣ ଜହ୍ନ ମାମୁ କଥା ଶୁଣିଥିବେ କିମ୍ବା ବାଘ ମାମୁ କଥା । କିନ୍ତୁ ରାଜଧାନୀ ଉପକଣ୍ଠରେ ରାକ୍ଷସ ମାମୁ । ମାମୁଁ ବିରୋଧରେ ଭାଣିଜୀ ଆଣିଲା ସାଂଘାତିକ ଅଭିଯୋଗ । ଜୋର ଜବରଦସ୍ତ ଶାରୀରିକ ସମର୍କ ରଖିବା ସହ ମାନସିକ ନିର୍ଯ୍ୟାତନା ଦେଉଥିଲା ମାମୁ। ଦୀର୍ଘ ୧୫ ବର୍ଷ ହେଲା ବିବାହ ନକରି ଭାଣୀଜିକୁ ସ୍ତ୍ରୀ କରି ରଖିଛି ରାକ୍ଷସ ମାମୁଁ । ମାମୁଁ ରାଧେଶ୍ୟାମ ପଟ୍ଟନାୟକଙ୍କ ନାମରେ ଏଭଳି ଅଭିଯୋଗ ଆଣିଛି ଭାଣିଜୀ ।

ଅଭିଯୋଗ ଅନୁସାରେ ୧୨ ବର୍ଷ ବୟସରେ ମାମୁଁ ରାଧେଶ୍ୟାମ ତାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିଲେ । ଘର ଲୋକ ମାନ ସମ୍ମାନ ଭୟରେ ବିନା ବିବାହରେ ମାମୁଁଙ୍କ ପାଖରେ ସ୍ତ୍ରୀ କରି ଛାଡିଦେଇଥିଲେ । ପରେ 3 ଟି ପିଲା ଜନ୍ମ ହୋଇଥିଲା । ୧୫ ବର୍ଷ ହେଲାଣି ଶାରୀରିକ , ମାନଷିକ ନିର୍ଯ୍ୟାତନା ଦେଉଛନ୍ତି ରାଧେଶ୍ୟାମ । ମହିଳା ଥାନା ଠୁ ନେଇ ମହିଳା କମିଶନଙ୍କ ପର୍ଯ୍ୟନ୍ତ ନିର୍ଯ୍ୟାତନାରୁ ତ୍ରାହି ପାଇବା ପାଇଁ ସବୁଠି ଅଭିଯୋଗ କରିଥିଲେ ।

ଅନେକ ଅଭିଯୋଗ ପରେ ଶେଷରେ ମାନବାଧିକାର କର୍ମୀଙ୍କ ନିକଟରେ ଦ୍ୱାରସ୍ତ ହୋଇଛନ୍ତି । ଅନ୍ୟପଟେ ରାଧେଶ୍ୟାମଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର କର୍ମୀ । ତେବେ ରାକ୍ଷସ ମାମୁଁର ଏ କର୍ଯ୍ୟକଳାପକୁ ବାପା ମା କିଭଳି ସମର୍ଥନ କରୁଥିଲେ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ।

Leave a Reply