spot_img

Latest Posts

ରାଜଧାନୀରେ ବୁଲୁଛନ୍ତି ଭଣ୍ଡବାବା , ବାବାଙ୍କୁ ଆସୁନି ଗାୟତ୍ରୀ ମନ୍ତ୍ର

ଭୁବନେଶ୍ବର : ବାବାଙ୍କୁ ଆସୁନି ଗାୟତ୍ରୀ ମନ୍ତ୍ର । ଲୋକମାନେ ବାବାଙ୍କୁ ଗାୟତ୍ରୀ ମନ୍ତ୍ର ଉଚାରଣ କରିବାକୁ କହିଲେ ଭୁଲ ଉଚାରଣ କରିବା ସହ ପାଟି ଖନି ମାରିଯାଉଛି । ଗେରୁଆ ବସ୍ତ୍ର ଏବଂ ଚିତା ଲଗାଇ ସାଧୁଙ୍କ ବେଶ ଧାରଣ କରିଥିବା ଏହି ବ୍ୟକ୍ତିଙ୍କୁ ଗାୟତ୍ରୀ ମନ୍ତ୍ର ନଆସିବା ସନ୍ଦେହ ସୃଷ୍ଟି କରିଥିଲା । କିଛିଦିନ ତଳେ ଭୁବନେଶ୍ବର ପଳାସପଲ୍ଲୀ ଅଞ୍ଚଳରେ କିଛି ଲୋକେ ବାବା ବେଶ ଧାରଣ କରି ଜବରଦସ୍ତ ଘରେ ପସି ଟଙ୍କା ମାଗିଥିଲେ । ଭିକ୍ଷା ମାଗିବା ଆଳରେ ଅଚାନକ ଘରେ ପସିଥିଲେ ଭଣ୍ଡ ସାଧୁ । ତାଙ୍କୁ ଅଟକ ରଖି ଗାୟତ୍ରୀ ମନ୍ତ୍ର ବୋଲିବାକୁ କହିଥିଲେ ଲୋକେ ।  କମ ପାଠ ପଢିଥିବାରୁ ମନ୍ତ୍ର ବୋଲି ପାରୁନାହାଁନ୍ତି ବୋଲି ସେ କହିଲେ । ଭୁଲ ଗାୟତ୍ରୀ ମନ୍ତ୍ର ବୋଲିବାରୁ ଲୋକମାନେ ତାଗିଦ କରିବା ସହ ଏୟାରଫିଲ୍ଡ ଥାନାକୁ ଖବର ଦେଇଥିଲେ । ଗତକାଲି ମୈତ୍ରୀ ବିହାର ଅଞ୍ଚଳରେ ସମାନ ଢଙ୍ଗରେ ଟଙ୍କା ଆଦାୟ କରୁଥିଲେ ବାବା ଗ୍ୟାଙ୍ଗ ।  ଗଣମାଧ୍ୟମରେ ଖବର ଦେଖି ଆଜି ବାବା ମାନଙ୍କ ଭିଡିଓ ଜାରି କରିଛନ୍ତି ଲୋକେ ।

Latest Posts

Don't Miss