spot_img

Latest Posts

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସ୍ପେକ୍ଟ୍ରା ୨୦୨୬ ଉଦଯାପିତ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସ୍ପେକ୍ଟ୍ରା ୨୦୨୬ ଉଦଯାପିତ । ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଲେ ବଲିଉଡ କଣ୍ଠଶିଳ୍ପୀ ନିକିତା ଗାନ୍ଧି । ବଲିଉଡର ବହୁ ହିଟ୍ ଗୀତ ଗାଇ ଛାତ୍ରଛାତ୍ରୀଙ୍କ ଭିତରେ ଭରିଲେ ଜୋସ୍ । ଭୁବନେଶ୍ବର ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ସାଂସ୍କୃତିକ କମିଟି ଦ୍ଵାରା ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ ସ୍ପେକ୍ଟ୍ରା ୨୦୨୬ । ୩ ଦିନିଆ କାର୍ଯ୍ୟକ୍ରମରେ BGU ସହ ଅନ୍ୟାନ୍ୟ କଲେଜର ପ୍ରାୟ ୧୫ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶୀତୁଆ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ହୋଇଥିଲା ଓଡ଼ିଶୀ, ଫ୍ୟାସନ ସୋ ଓ ଡିଜେ ନାଇଟ ଓ ଷ୍ଟାର୍ ନାଇଟ । ଓଡ଼ିଶାର କଳା ସଂସ୍କୃତିକୁ ପ୍ରଦର୍ଶନ ସହ ୩ ଦିନ ଧରି ବିଭିନ୍ନ କାର୍ଯ୍ଯକ୍ରମରେ ଝୁମିଥିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ।

ସ୍ପେକ୍ଟ୍ରା ବିଶ୍ୱବିଦ୍ୟାଳୟକୁ ପ୍ରତିନିଧିତ୍ୱ କରୁଥିବା ବିବିଧ ସଂସ୍କୃତି, କଳାକୁ ପ୍ରଦର୍ଶନ କରିବାର ଏକ ମାଧ୍ୟମ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତା ଏବଂ ପରସ୍ପରଠାରୁ ଶିଖିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଛି । କାର୍ଯ୍ୟକ୍ରମରେ ସୁସଜ୍ଜିତ ବ୍ୟବସ୍ଥା, ସଂଚରିତ ପ୍ରବେଶ ପ୍ରୋଟକଲ, ସୁରକ୍ଷା ଓ ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦିଆଯାଇଥିଲା । ଅନ୍ତିମ ସନ୍ଧ୍ୟାରେ ସ୍ପେକ୍ଟ୍ରା ଦ୍ଵାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଓ ସହଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସମାଜରେ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ କରିବା ସହ ସେମାନଙ୍କ ଅନ୍ତର୍ନିହିତ ସାଂସ୍କୃତିକ ଉର୍ଜାକୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ହୋଇଛି ସ୍ପେକ୍ଟ୍ରା ୨୦୨୬ । ଯାହା ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିଛି ।

Latest Posts

Don't Miss