ଯୁବତୀଙ୍କ ମୃତ ଦେହ ଛାଡି ଯୁବକ ଫେରାର
ଢେଙ୍କାନାଳ: ଗତ ୧ ତାରିଖରୁ ଘରୁ ନିଖୋଜ ଥିଲେ ଯୁବତୀ । ଜୈନିକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବାରୁ ଉକ୍ତ ଯୁବକଙ୍କ ସହ ଯୁବତୀ ଜଣଙ୍କ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ଏବେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ ଦେହ ଛାଡି ମେଡିକାଲରୁ ଫେରାର ହୋଇଯାଇଛନ୍ତି ଯୁବକ ।
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏହି ଅଭାବୀୟ ଘଟଣା । ଛାତ୍ରୀ ଜଣକ ବାଲେଶ୍ବର ଖଇରା ଅଞ୍ଚଳର ବୋଲି ଜାଣିବାକୁ ମିଳିଛି । ଗତ ୧ ତାରିଖରୁ ନିଖୋଜ ଥିଲେ । ଏନେଇ ଛାତ୍ରୀଙ୍କ ବାପା ବାଲେଶ୍ବର ଥାନାରେ ଏତଲା ମଧ୍ୟ ଦେଇଥିଲେ ।
ସୂଚନା ଅନୁଯାୟୀ ଛାତ୍ରୀ ଜଣକ ପ୍ରେମ ସମ୍ପର୍କକୁ ନେଇ ଘର ଛାଡିଥିବା ଅନୁମାନ କରାଯାଉଛି । ସଦର ଥାନା ଅନ୍ତର୍ଗତ ବନ୍ଧ ନୁଆଗାଁରେ ରହୁଥିଲେ ଉଭୟ ଯୁବକ, ଯୁବତୀ । ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତଦେହକୁ ଛାଡି ଫେରାର ହୋଇଯାଇଛନ୍ତି ଯୁବକ । ସେପଟେ ଖବର ପାଇ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଯୁବକଙ୍କୁ ଅଟକ ରଖିଛି ।
