‘ମୋ ସରକାର’ ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା

ଭୁବନେଶ୍ବର : ମୋ ସରକାର ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା l ଫଳରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ମନ ଇଚ୍ଛା ନିର୍ଦ୍ଦେଶ ଜାରି କରି ପାରିବେନି ସଂପୃକ୍ତ ସଂସ୍ଥା l କାମ କରୁଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦେଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ l କେବଳ ସେତିକି ନୁହେଁ ଯେଉଁ ଆଉଟ୍ ସୋର୍ସିଂ ଠିକ୍ ସମୟରେ ଦରମା, ଇଏସଆଇ ଓ ଇପିଏଫ ଦେଉଥିଲେ ସେମାନଙ୍କୁ ପୁରସ୍କୃତ କରାଯିବ l ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି l