ଭଦ୍ରକ: ଓଡ଼ିଶାରେ ପ୍ରଥମ ଥର ପାଇଁ ୩୫ ଫୁଟ ଫାଇବରରେ ନିର୍ମିତ ଶିବଙ୍କ ଧ୍ୟାନମଗ୍ନ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ । ଜାଗର ଯାତ୍ରା ଅବସରରେ ଭଦ୍ରକର ଆରଡ଼ି ପୀଠରେ ପ୍ରତିଷ୍ଠା କରାଯିବ ମହାଦେବଙ୍କ ଏହି ବିଶାଳ ମୂର୍ତ୍ତି । ଏହାକୁ ନିର୍ମାଣ କରୁଛନ୍ତି କଟକ କାଠଗଡା ସାହିର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣା ।
ମହାଯୋଗୀଙ୍କ ମହାନ ମୂର୍ତ୍ତି । ଧ୍ଯାନମଗ୍ନ ମହାଦେବ । କଟକ କାଠଗଡ଼ା ସାହିରେ ନିର୍ମାଣ ହେଉଛି ଶିବଙ୍କ ଏହି ବିଶାଳ ମୂର୍ତ୍ତି । ଯାହାର ଉଚ୍ଚତା ରହିଛି ୩୫ ଫୁଟ । ଜାଗର ଯାତ୍ରା ଅବସରରେ ଏହି ବିଶାଳ ଫାଇବର ମୂର୍ତ୍ତି ଆରଡି ମନ୍ଦିରରେ ପ୍ରତିଷ୍ଠା କରାଯିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏତେ ବଡ଼ ବିଶାଳ ମୂର୍ତ୍ତି ନିର୍ମାଣ କରୁଛନ୍ତି କଟକ କାଠଗଡା ସାହିର ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ଲକ୍ଷ୍ମୀଧର ମହାରଣା । ୫ ମାସ ହେଲା ୫୦ ରୁ ଉର୍ଦ୍ଧ୍ବ କାରିଗରଙ୍କୁ ନେଇ ନିର୍ମାଣ କରୁଛନ୍ତି ମୂର୍ତ୍ତି । ମୂର୍ତ୍ତି ସହ ତ୍ରିଶୂଳ, ଚନ୍ଦ୍ର, ବାଘ ଛାଲ, ଅର୍ଦ୍ଧ ଚନ୍ଦ୍ର, ରୁଦ୍ରାକ୍ଷ, ମସ୍ତକରେ ଦେବୀ ଗଙ୍ଗାଙ୍କ କାର୍ଯ୍ୟ ସମ୍ପନ୍ନ ହୋଇଛି। ୯୦ପ୍ରତିଶତ ପ୍ରତିଶତ କାମ ସରିଥିବାବେଳେ ଡାଇସ୍ ଖୋଲା ଯାଇ ଆରଡ଼ିକୁ ନେବା ପାଇଁ ଉଦ୍ଯମ ଆରମ୍ଭ ହୋଇଛି ।
ଏବେ ସାରା ରାଜ୍ୟରେ 5T ଅଧୀନରେରେ ବିଭିନ୍ନ ମନ୍ଦିରର ରୂପାନ୍ତରଣ କାମ ଜାରି ରହିଛି । ଆରଡ଼ି ପୀଠରେ ରୂପାନ୍ତରଣରେ ସ୍ଥାନ ପାଇବ ଏହି ମୂର୍ତ୍ତି । ଭୁବନେଶ୍ୱର ର ଏକ ସଂସ୍ଥା ଏହାର ଦାୟିତ୍ବ ନେଇଛି । FRPରେ ତିଆରି ଫାଇବର, ହାଡନର, କୋବଲଟ, ମ୍ୟାଟ, ରିଜିନ, ପିଗମେଣ୍ଟ, ମାର୍ବଲ ଡଷ୍ଟ ଆଦିରେ ତିଆରି ହୋଇଛି ମୂର୍ତ୍ତି । ଆଗାମୀ ୪୦ବର୍ଷ ପର୍ଯ୍ୟନ୍ତ ପବନ, ବାତ୍ୟା, ବର୍ଷାରେ ଏହାର କୌଣସି କ୍ଷତି ହେବନାହିଁ । ଏକ ବିଶାଳ ଲୁହା ଷ୍ଟ୍ରକଚରରେ ଏହା ସୁରକ୍ଷିତ ଭାବେ ରହିବ । ମୂର୍ତି ଯେଉଁ ସ୍ଥାନରେ ସ୍ଥାପନ କରାଯିବ ତାର ଚତୁପାର୍ଶ୍ବକୁ ମଧ୍ୟ ସୌନ୍ଦର୍ଯ୍ୟ କରଣ କରାଯିବ ।

