ମାଲକାନଗିରି: ମମତା ପଡ଼ିଆମୀଙ୍କ କଥା ରଖିଲେ ନବୀନ । ଜଣେ ସାଧାରଣ ମହିଳାଙ୍କ ଅନୁରୋଧକୁ ଯୋଜନାରେ ରୂପାନ୍ତରିତ କରିଛନ୍ତି ମଖ୍ୟମନ୍ତ୍ରୀ । ମହିଳାଙ୍କ ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ବଢାଇଛନ୍ତି ଚିକିତ୍ସା ସହାୟତା । ୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା। ଲୋକସେବା ଭବନରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ।
ସେହି ସମୟରେ ମାଲାକାନଗିରିର ମମତା ପଢିଆମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁରୋଧ କରିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ସେବାର ଉତ୍ତମ ଚିକିତ୍ସା ପାଉଇଁ ସହାୟତା ରାଶିକୁ ବଢାଇଥିଲେ । ସେ ସଭାରେ ମମତା ପଡ଼ିଆମୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଆ ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମମତାଙ୍କ ସାହାସ ଓ ବୁଦ୍ଧିକୁ ସମସ୍ତେ ସେଦିନ ପ୍ରଶଂସା କରିଥିଲେ ।
ମମତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ମଧ୍ୟ ସହୃଦୟତାର ସହ ନେଇଥିଲେ ନବୀନ । ଏହାପରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ସୁବିଧାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ ରଖିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମମତା ।

