spot_img

Latest Posts

ମଝିଘରିଆଣି ଦର୍ଶନରେ ଆସିଥିଲେ, ନାଗାବଳୀରେ ବାପ-ପୁଅ ଭାସିଗଲେ

ରାୟଗଡା: ନାଗାବଳୀ ନଦୀରେ ଭାସିଗଲେ ପର୍ଯ୍ୟଟକ  । ମିଳିଥିବା ସୂଚନା ମୁତାବକ  ବାପା ଓ ପୁଅ ନାଗାବଳୀରେ ଭାସି ଯାଇଛନ୍ତି । ଝୁଲାପୋଲ ଏବଂ ହାତିପଥର ନିକଟରେ ଉଭୟ ନିଖୋଜ ହୋଇଛନ୍ତି। ନିଖୋଜ ଦୁଇଜଣ ହେଲେ ପାରଳାଖେମୁଣ୍ଡି ସହରର କେ. ଜିତେନ୍ଦ୍ର ଓ କେ. ଶ୍ରୀନିବାସ। ମଝିଘରିଆଣି ମନ୍ଦିର ଦର୍ଶନ ସାରି ନାଗାବଳୀ ନଦୀ କୂଳକୁ ଓହ୍ଲାଇ ଥିଲେ। ବାପା ଶ୍ରୀନିବାସ ଗୋଡ ଧୋଉଥିବା ବେଳେ ପାଦ ଖସିଯିବାରୁ ଭାସିଯାଥିଲେ।

ପରେ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ଜିତେନ୍ଦ୍ର ପାଣି ଭିତରକୁ ଡେଇଁଥିଲେ। ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ । ହେଲେ ବାପ ଓ ପୁଅଙ୍କ ପତ୍ତା ମିଳିନି। ସନ୍ଧ୍ୟା ପରେ ପାଣି ଭିତରେ ଖୋଜିବା ସମ୍ଭବ ନହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ଜଣାପଡିଛି। ପାରଳାଖେମୁଣ୍ଡିରୁ ୧୬ଜଣ ପର୍ଯ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ।

Latest Posts

Don't Miss