ମଝିଆକଶରେ ଦୁଇ ହେଲିକାପ୍ଟର ଧକ୍କା, ୪ ମୃତ

କାନବେରା:  ଅଷ୍ଟ୍ରେଲିଆର ମଝିଆକାଶରେ ଦୁଇଟି ହେଲିକାପ୍ଟର ମୁହାଁମୁହିଁ ଧକ୍କା ।  ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ୱାର୍ଲ୍ଡ ରିସର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି ୩ ଜଣ । ଦୁର୍ଘଟଣା ପରେ ସେଠାରେ ଉଦ୍ଧାର କାର୍ଯ୍ୟ କରାଯାଇ ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଘଟଣାର ତଦନ୍ତ କରୁଛି କୁଇନସଲ୍ୟାଣ୍ଡ ପୋଲିସ ସର୍ଭିସ । ଏହି ଘଟଣାର ତଦନ୍ତ କରୁଛି ଅଷ୍ଟ୍ରେଲିର ଟ୍ରାନସପୋର୍ଟ ସେଫଟି ବ୍ୟୁରୋ ।

ସୂଚନା ଅନୁଯାୟୀ, କୁଇନସଲ୍ୟାଣ୍ଡ ଷ୍ଟେଟ ଅନ୍ତର୍ଗତ ଗୋଲ୍ଟ କୋଷ୍ଟର ସି ଓ୍ବାର୍ଲଡ ଥିମ ପାର୍କ ନିକଟରେ ଏକ ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଅନ୍ୟ ଏକ ହେଲିକପ୍ଟର ଅବତରଣ କରୁଥିବାରୁ ଏହି ଦୁର୍ଘଟଣା ଘଟିଥିଲା । କୁହାଯାଉଛି ଯେ, ଦୁର୍ଘଟଣା ପରେ ଗୋଟିଏ ହେଲିକାପ୍ଟର ସୁରକ୍ଷିତ ଅବତରଣ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟଟି ଘଟଣା ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ପରେ ସୁରକ୍ଷିତ ଲ୍ୟାଣ୍ଡ କରିଥିବା ହେଲିକାପ୍ଟରର କାଚ ଭାଙ୍ଗି ଯାତ୍ରୀଙ୍କ ଦେହରେ ବାଜିଥିଲା। ଏହାପରେ ଘଟଣାସ୍ଥଳରେ ଅନେକ ଯାତ୍ରୀଙ୍କ ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଛି।

ଦୁର୍ଘଟଣା ପରେ ସମୁଦ୍ରକୂଳରେ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ତୁରନ୍ତ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ ସାହାର୍ଯ୍ୟ କରିବା ଆରମ୍ଭ କରିଥିଲେ। ସେଠାରେ ଉପଲବ୍ଧ ଥିବା ବୋଟ୍ ଏବଂ ଜେଟ ସ୍କିସ୍ ସାହାର୍ଯ୍ୟରେ ଆହାତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ  ହସ୍ପିଟାଲକୁ ପଠାଇଥିଲେ ।