ସମ୍ବଲପୁର: ଭୁଶୁଡିଲା କୁଚିଣ୍ଡା ନିକଟ ଖର୍ଲା ନଦୀରେ ଥିବା ଝୁଲେନ ପୋଲ । ପୋଲ ଉପରେ ଯାଉଥିବା ଏକ ଟ୍ରକ ତଳକୁ ଖସି ପଡିଛି । ନଦୀରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାଯ୍ୟ ଜାରି ରଖିଛି । ପୋଲ ଭୁଶୁଡିବା ଯୋଗୁ ୪୯ନଂ ଜାତୀୟ ରାଜପଥରେ ଯାତାୟତ ଠପ ହୋଇଛି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଁଚି ତ୍ୱରିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କେଉଁ ତକାରଣରୁ ପୋଲଟି ଭୁଶୁଡ଼ି ପଡ଼ିଛି ତାହାର ଅନୁସନ୍ଧାନ କରିବ ସ୍ଥାନୀୟ ପ୍ରଶାସନ ।

