ଭୁବନେଶ୍ୱର : ପ୍ରଶ୍ନକାଳରେ ୫-ଟିକୁ ପ୍ରସଂଶା କଲେ ବିରୋଧୀ। ୫-ଟି ଲାଗୁ ହେବା ପରେ ମେଡିକାଲରେ ସୁଧାର ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଲେ, ଆହୁରି ୫-ଟି ଟିମ୍ ବୁଲିବା ଦରକାର, ଯେଉଁଥିରେ ଲୋକେ ଉପକୃତ ହେବେ।