ଭୁବନେଶ୍ୱର: ଉଦଘାଟିତ ହୋଇଯାଇଛି ‘ନ୍ୟାସନାଲ ଫିଜିକ କମିଟି ଓଡିଶା’ ବଡି ବିଲ୍ଡିଂ ଚାମ୍ପିଅନସିପ୍ । ଭୁବନେଶ୍ୱର ରେଲୱେ ଇଣ୍ଡୋର ଷ୍ଟାଡିୟମରେ ପ୍ରତିଯୋଗିତା ଆୟୋଜିତ ହୋଇଛି । ସାରା ଦେଶରୁ 55 ଜଣ ପୁରୁଷ ଓ 5 ଜଣ ମହିଳା ବଡି ବିଲଡର ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ NPC ଓଡିଶା ବଡି ବିଲ୍ଡିଂ ଚାମ୍ପିଅନସିପ ଖେଳାଯାଉଛି । NPC ଓଡିଶା ବଡି ବିଲ୍ଡିଂ ଫେଡେରେସନ ଓ RR-27 ଦ୍ବାରା ଏହି ପ୍ରତିଯୋଗିତା ଖେଳାଯାଉଛି ।
ଏନପିସି ଓପନ ବଡି ବିଲଡିଂରେ ମିଷ୍ଟର ଓଡିଶା ଟାଇଟଲ ହାତେଇଛନ୍ତି ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ । ସେ ଓଭରାଲ କ୍ୟାଟେଗୋରୀରେ ଚମ୍ପିୟନ୍ସ ହୋଇଛନ୍ତି ।ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ବର୍ଗର 7ଟି କ୍ୟାଟେଗୋରୀରେ ପ୍ରତିଯୋଗିତା ଖେଳାଯାଉଛି । ଏଥିରେ ଓମେନ୍ସ ବିକିନି ବଡି ବିଲଡିଂ, ମେନ୍ସ ବଡି ବିଲଡିଂ, ମେନ୍ସ କ୍ଲାସିକ ବଡି ବିଲଡିଂ, ମେନ୍ସ ଫିଜିକ ଓ ଷ୍ଟାର ବଡି ବିଲଡିଂ କ୍ୟାଟେଗୋରୀରେ ଏହି ପ୍ରତିଯୋଗିତାର ଖେଳାଯାଉଛି । ପ୍ରତିଯୋଗିତାରେ 6 ଲକ୍ଷ 50 ହଜାର ଟଙ୍କା ପୁରସ୍କାର ରାଶି ରହିଛି ।
ଏହି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବେ । ଆସନ୍ତା ମେ ମାସରେ ଦିଲ୍ଲୀରେ ଆୟୋଜିତ ହେବ ଜାତୀୟସ୍ତରୀୟ ପ୍ରତିଯୋଗିତା । NPC ବଡି ବିଲ୍ଡିଂ ଫେଡେରେସନ ବିଶ୍ୱର ଏକମାତ୍ର ଆମେଚର ପ୍ରୋ ଲିଗ ଅର୍ଗାନାଇଜେସନ, ଯାହାକି ଇଣ୍ଟନ୍ୟାସନାଲ ଫେଡେରେସନ ଅଫ ବଡି ବିଲ୍ଡିଂ ଏଣ୍ଡ ଫିଟନେସ IFBB ଦ୍ବାରା ସ୍ବୀକୃତିପ୍ରାପ୍ତ ।

