ଭିଡିଓ ଭାଇରାଲ ପରେ ମୁହଁ ଖୋଲିଲେ ନିର୍ଯାତିତ, ଥାନାରେ ଦେଲେ ଏତଲା

ଖୋର୍ଦ୍ଧା: ଭାଇରାଲ ଭିଡ଼ିଓ  ପରେ ଚିହ୍ନଟ ହେଲେ ପିଡୀତ  । ନିର୍ଯାତିତ ହୋଇଥିବା ବ୍ୟକ୍ତିଙ୍କୁ ନେଇ ଗଣମାଧ୍ୟମ ଖବର ପ୍ରସାର କରିବା ପରେ ଏବେ ନୂଆ ମୋଡରେ ମାମଲା  । ମାସେ ତଳେ କଠୋର ଦଣ୍ଡ ଭୋଗିଥିବା ବାପା ପୁଅ ଏବେ ଆଇନର ଆଶ୍ରୟ ନେଇଛନ୍ତି  ।  ଥାନାରେ ପହଞ୍ଚି ମାମଲା ରୁଜୁ କରିଛନ୍ତି ନିର୍ଦୟ ନିର୍ଯାତନାର ଶିକାର ହୋଇଥିବା ବାପା ମାଗୁଣି ନାୟକ । ୮ ଜଣଙ୍କ ନାଁରେ ସେ ମାମଲା ରୁଜୁ କରିଛନ୍ତି । ମାଗୁଣି ନାୟକ ଏବଂ ତାଙ୍କ ପୁଅକୁ ଡାକି ନେଇ କରଡ଼ଗାଡ଼ିଆର ଏକ କୋଠ ଘରେ ଅକଥନୀୟ ଦଣ୍ଡ ଦିଆଯାଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭାଇରାଲ ହେଉଥିବା ଭିଡିଓ ଯିବ ବି ଦେଖିବ, ଲୋମଟାଙ୍କୁରି ଉଠିବ । ପଶୁଠାରୁ ଆହୁରି କଠୋର ଭାବରେ ଦିଆଯାଉଛି ମାଡ଼ । ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ହାତ ଗୋଡ଼ ବାନ୍ଧି ବିବସ୍ତ୍ର କରି ଠେଙ୍ଗାରେ ନିର୍ଘାତ ମାଡ଼ ମରାଯାଉଛି । ପଶୁଠାରୁ ଆହୁରି ଜଘନ୍ୟ ଭାବରେ ଦୁଇ ଜଣଙ୍କୁ ମାଡ଼ ଦିଆଯାଉଛି । ମାଡ଼ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବାପା, ଜଣେ ପୁଅ ବୋଲି କୁହାଯାଉଛି । ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡ଼ବ ଗାଁରେ ।

ମାଡ଼ ଖାଇଥିବା ବ୍ୟକ୍ତି ମାଗୁଣି ନାୟକଙ୍କ କହିବା ଅନୁସାରେ, ବେଗୁନିଆ ଅଞ୍ଚଳରେ ଏକ ବେଆଇନ ସଂଗଠନ ମୁଣ୍ଡ ଟେକିଛି । ସଂଗଠନର ନୀତି ନିୟମ ଯିଏ ନ ମାନୁଛି ତାକୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ୁଛି । କେବେ ଏଭଳି ଘଟଣା ଘଟିଲା ଯଦିଓ ଜଣାପଡିନି, ତେବେ ଭିଡିଓ ଦେଖି ଲୋକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡ଼ିତ ଥାନାରେ ଅଭିଯୋଗ କରିବାକୁ ଭୟ କରୁଥିଲେ ମଧ୍ୟ, ଥାନାରେ ଏତଲା ଦାୟର କରିଛନ୍ତି , ସେପଟେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଚଳାଇଛି  ।

Leave a Reply