ବୌଦ୍ଧ: ଭାଇକୁ ହତ୍ୟା କଲା ଭାଇ । ସାନଭାଇକୁ ହତ୍ୟା କଲେ ୨ ବଡ଼ଭାଇ । ହତ୍ୟାପରେ ଘର ସାମ୍ନା ବିଲରେ ପୋଡ଼ିଦେଲେ ଦୁଇ ଭାଇ । ସେପଟେ ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଉକ୍ତ ସ୍ଥାନକୁ ଯିବା ସହ ଅଧାପୋଡା ଶବକୁ ଜବତ କରିଛି ପୋଲିସ । ଖବର ମୁତାବକ ମୃତକ ଜଣଙ୍କ ହେଲେ ରିଜର୍ଭ ପୋଲିସ କନେଷ୍ଟବଳ ସନ୍ତୋଷ ଜାନୀ ।
ଘଟଣାପରେ ହତ୍ୟାକାରୀ ୨ ଭାଇ ଫେରାର୍ ହୋଇଯାଇଛନ୍ତି । ସୂଚନା ମୁତାବକ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ, ସନ୍ତୋଷ ଜାନୀଙ୍କ ସହ ବଡ଼ ଭାଇ ସାର୍ତିକ ଜାନୀ ଓ ମଝିଆଁ ଭାଇ ପ୍ରଶାନ୍ତ ଜାନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ଏହାପରେ ଦୁଇଭାଇ ମିଶି ସାନଭାଇ ସନ୍ତୋଷଙ୍କକୁ ହତ୍ୟା କରିଥିଲେ ।
ପରେ ସନ୍ତୋଷର ଶବକୁ ନେଇ ଘର ସାମ୍ନାରେ ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିଲେ । ବାଉଁଶୁଣୀ ଥାନା ପୋଲିସ୍ ପହଞ୍ଚି ଅଧାପୋଡା ଶବ ଓ ପାଉଁଶ ଜବତ କରି ତଦନ୍ତ ଜାରି ରଖିଛି l ମୃତ ସନ୍ତୋଷ ରିଜର୍ଭ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟକରୁଥିଲେ । ପୂର୍ବରୁ ମଝିଆଁ ଭାଇ ପ୍ରଶାନ୍ତ ଜାନୀ ଅନ୍ୟ ଏକ ହତ୍ୟାକାଣ୍ଡରେ ମଧ୍ୟ ଜେଲ୍ ଯାଇଥିଲା ।

