ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କୁ ସାମ୍ବାଦିକ ଅପହରଣ କରିନେବା ଘଟଣାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ୱେବ ପୋର୍ଟାଲର ସିଇଓ । ୱେବ ପୋର୍ଟାଲ ସିଇଓଙ୍କୁ ଓଡିଶା ପୋଲିସର ଏକ ଟିମ କୋଲକାତାରୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନା ମୁତାବକ ୱେବ ପୋର୍ଟାଲ ଲାଇଭ କଳିଙ୍ଗ ସିଓଓ ତଥା ମୁଖ୍ୟ ଅଭିଯୁକ୍ତ ହେଉଛି ରଘୁନାଥ ଓରଫ ରାଜା ।
ଜଣେ ବ୍ୟବସାୟୀଙ୍କୁ ଉକ୍ତ ସଂସ୍ଥାର କିଛି ସାମ୍ବାଦିକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମାନେ ବ୍ୟବସାୟୀ ପୂର୍ଣଚନ୍ଦ୍ର ସ୍ୱାଇଁକୁ ଅପହରଣ କରି ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା । ମୁଣ୍ଡ ବନ୍ଧକ ରଖି ଟଙ୍କା ମଧ୍ୟ ମାଗୁଥିଲେ । ପୂର୍ବରୁ ଏହି ଘଟଣାରେ ୱେବ ପୋର୍ଟଲର ମହିଳା ସ୍ବାମ୍ବାଦିକାଙ୍କ ସମେତ 5 ଜଣଙ୍କୁ ଗିରଫ କରିଥିଲା ପୋଲିସ ।

