ବିହାର:ଦିଲ୍ଲୀ ହୋଟେଲ ପରେ ବିହାର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ପରେ ୨୦ରୁ ଅଧିକ ଗୁରୁତର ଥିବା ସୂଚନା ମିଳିଛି । ଅନ୍ୟ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ଉଦ୍ଧାର ହୋଇଥିବା ରୋଗୀଙ୍କ ମଧ୍ଯରେ ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବିହାର ମୁଜଫରପୁର ସ୍ଥିତି ପ୍ରସାଦ ହସ୍ପିଟାଲରେ ସକାଳୁ ସକାଳୁ ହଠାତ ଆଇସିୟୁରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା ।
ହସ୍ପିଟାଲରେ ପଞ୍ଚମ ମହଲାରେ ଥିବା ଆଇସିୟୁରେ ଅଗ୍ନିକାଣ୍ଡ ପରେ ସାରା ହସ୍ପିଟାଲ ଧୂଆଁମୟ ହୋଇଯାଇଥିଲା । ସର୍ଟ ସର୍କିଟରୁଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ୧୨ରୁ ଅଧିକ ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ । ଝରକା ଦେଇ ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା । ଭୋର ୩ଟାବେଳେ ଏପରି ଅଗ୍ନକାଣ୍ଡ ଘଟିଥିବା କୁହାଯାଉଛି । ଏଥିପାଇଁ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟି କରିଛନ୍ତି ରୋଗାଙ୍କ ସମ୍ପର୍କୀୟ । ଦୁର୍ଘଟଣା ପରେ ହସ୍ପିଟାଲର ସମସ୍ତ ଡାକ୍ତର ଓ କର୍ମଚାରୀ ରୋଗୀଙ୍କ ଛାଡ଼ି ଚାଲିଯାଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

