spot_img

Latest Posts

ବିଭିନ୍ନ ରାଜ୍ୟରେ SIR ଅବଧି ବଢ଼ିଲା

ବିଭିନ୍ନ ରାଜ୍ୟରେ ଏସଆଇଆର୍ ଅବଧି ବଢ଼ିିଛି। ସଂପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ କ୍ରମେ ନିର୍ବାଚନ କମିଶନ ଏହି ସମୟ ବୃଦ୍ଧି କରିଛନ୍ତି। ତାମିଲନାଡୁ, ଗୁଜରାଟ, ମଧ୍ଯପ୍ରଦେଶ, ଛତିଶଗଡ଼, ଆଣ୍ଡାମାନ ନିକୋବର ଓ ଉତ୍ତର ପ୍ରଦେଶ ପାଇଁ ଆଜି ଥିଲା ଶେଷ ଦିନ। କିନ୍ତୁ ନିର୍ବାଚନ କମିଶନ ଏହାକୁ ବୃଦ୍ଧି କରିଛନ୍ତି। ତାମିଲନାଡୁ ଓ ଗୁଜରାଟରେ ଏହା ୧୪ ତାରିଖରେ ଶେଷ ହେବ। ସଂଶୋଧିତ ତାଲିକା ପ୍ରକାଶ ପାଇବ ୧୯ ତାରିଖରେ। ସେହପରି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆଣ୍ଡାମାନ ନିକୋବଲରେ ଏହା ଶେଷ ହେବ ୧୮ ତାରିଖରେ। ସଂଶୋଧିତ ତାଲିକା ପ୍ରକାଶ ପାଇବ ୧୯ ତାରିଖରେ। ଉତ୍ତରପ୍ରଦେଶରେ ଏସଆଇଆର୍ ଶେଷ ହେବ ୨୬ ତାରିଖରେ। ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ ଡିସେମ୍ବର ୩୧ ତାରିଖରେ।

Latest Posts

Don't Miss