ବିଜେବି କଲେଜରେ ଲାଗିଲା ପୋଷ୍ଟର, କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶ ବନ୍ଦ

ଭୁବନେଶ୍ୱର: କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ଲାଗିବ ରୋକ । ବିଜେବି କଲେଜରେ ପୋଷ୍ଟର ଲଗାଇଲେ କର୍ତ୍ତୃପକ୍ଷ । କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ କାଲି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲା ପୋଲିସ ।
ଅଣଛାତ୍ରଙ୍କ ଗଣ୍ଡଗୋଳ ଘଟଣାରେ ଆକ୍ସନ ମୋଡ଼ରେ ବଡଗଡ଼ ପୋଲିସ । କ୍ରିକେଟ ଖେଳକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ୮ ଜଣ ଗିରଫ କରିସାରିଛି ପୋଲିସ । ଏଥିସହ ଜଣେ ଅଭିଯୁକ୍ତର ସରକାରୀ ଜମିରେ ଥିବା ଘର ମଧ୍ୟ ଭାଙ୍ଗିଛି ପୋଲିସ ।