ପୁରୀ: ଜିଲ୍ଲା କାକଟପୁର ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ପ୍ରତିବାଦ ଓ କୁଶ ପୁତ୍ତଳିକା ଦାହ ବେଳେ ଦେଖିବାକୁ ମିଳିଛି ଜଣେ ସରକାରୀ କର୍ମଚାରୀଙ୍କୁ । ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ନେତୃତ୍ବରେ ହାତଗଣତି ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏତିକି ବେଳେ ରବି ମଲ୍ଲିକଙ୍କ ମୁଖମଣ୍ଡଳର ହସ ଏହି ଆନ୍ଦୋଳନକୁ ଡ୍ରାମାରେ ପରିଣତ କରିଥିଲା ।
ଡ୍ରାମା ଏତିକିରେ ସରିନଥିଲା ବିଜେପିର ଜଣେ କର୍ମୀ ମଦ୍ୟପାନ କରି କୁଶପୁତ୍ତଳିକାକୁ ଗୋଇଠା ମାରୁ ମାରୁ ପଡିଯାଇଥିଲେ । ମଦ୍ୟପ କର୍ମୀ ଜଣ ଜଣେ ଆରଆଇ ବୋଲି ଜଣାପଡିଥିଲା । ତାଙ୍କ ନାଁ ମନୋଜ ପରିଡ଼ା, ସେ ପୁରୀ ହେଡକ୍ବାଟରରେ କାମକରୁଥିବା ଜଣାପଡିଛି । ଗଣାମାଧ୍ୟମ ଆଗରେ ଏହି ଡ୍ରାମା ଧରାପଡିଯିବା ପରେ ଅନ୍ୟ ବିଜେପି କର୍ମୀ ତାଙ୍କୁ ଟାଣି ନେଇଥିଲେ । ସେପଟେ ଅନ୍ୟଜଣେ ବିଜେପି କର୍ମୀ ନିଶାରେ ଏତେ ଚୁର ଥିଲେ ଯେ ତାଙ୍କୁ ବିଜେପି କର୍ମୀମାନେ ବୋହି ନେଉଥିବା ଦେଖିବାକୁ ମିଳିଥିଲା ।

