spot_img

Latest Posts

ଯାଚୁଛନ୍ତି ରାଜଭବନ ପିଅନ ଚାକିରି, ମାଗୁଛନ୍ତି ଗୋଟେ ପୋଷ୍ଟ ପାଇଁ ଦେଢ଼ଲକ୍ଷ

ପୁରୀ: ବିକ୍ରି ହେଉଛି ରାଜଭବନରେ ପିଅନ ଚାକିରି । ଟାର୍ଗେଟରେ ବେକାର ଯୁବକ ଯୁବତୀ । ନିଯୁକ୍ତି ପାଇଁ ବିଚ୍‌ ବଜାରରେ ଠକ ଡିମାଣ୍ଡ କରୁଛି ଲକ୍ଷାଧିକ ଟଙ୍କା ।  ପୁରୀ ରାଜଭବନରେ ପିଅନ ଚାକିରୀ କରାଇବା ପାଇଁ ଦେଢ଼ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି  । ରାଜଭବନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଟଙ୍କା ବଦଳରେ ଚାକିରି କରାଇଦେବକୁ ପ୍ରତିଶ୍ରୁତି ଦେଉଥିବାର ବାର୍ତାଳପ ଏହି ଭିଡିଓରେ ରହିଅଛି | ଚାକିରି ଆଶାରେ ଲୋକଙ୍କୁ ଏପରି ମିଥ୍ୟା ପ୍ରତିଶ୍ରୁତି ଦେଇ ଟଙ୍କା କାରବାର କରୁଥିବା ରାଜଭବନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଏହି ଟଙ୍କା ମାଗୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୁରୀ ରାଜଭବନର କର୍ମଚାରୀ ପ୍ରଫୁଲ୍ଲ ବଡ଼ମୁଣ୍ଡି | ଏବେ ସେ ଆରମ୍ଭ କରିଛନ୍ତି ମିଛ ନିଯୁକ୍ତିର ମିଛ ପ୍ରତିଶ୍ରୁତି । ବେକାର ଯୁବକ ମାନଙ୍କୁ ଚାକିରୀ କରାଇଦେବାକୁ ଲାଳସା ଦେଖାଉଛନ୍ତି । ରାଜଭବନରେ ପିଅନ ଚାକିରି ବାବଦକୁ ଡିମାଣ୍ଡ କରୁଛନ୍ତି ଦେଢ଼ଲକ୍ଷ ଟଙ୍କା  । ଆଉ ଏହି ଦେଢ଼ ଲକ୍ଷ ଟଙ୍କାରେ ତଳଠୁ ଉପର ଅନେକ ବରିଷ୍ଠ ଅଧିକାରୀଙ୍କ ଭାଗ ଥିବା ଭିଡିଓରେ କହୁଛନ୍ତି ପ୍ରଫୁଲ୍ଲ  । ପୁରୀର ଜ୍ୟୋତି ରଞ୍ଜନ ନାୟକ ଏହି ଠକାମୀର ଶିକାର ହେବାରୁ ଅଳ୍ପକେ ଵର୍ତ୍ତି ଯାଇଛନ୍ତି । ହେଲେ ସେ ପ୍ରଫୁଲ୍ଲଙ୍କ ଏଭଳି କଳା କାରନାମାକୁ ମୋବାଇଲରେ କଏଦ କରି ଗୋଟେ ସଚେତନ ନାଗରିକର ପ୍ରମାଣ ଦେଖାଇଛନ୍ତି  ।

ସତରେ କଣ ବିକ୍ରି ହେଉଛି ରାଜଭବନ ଚାକିରି ? ନାଁ ଯୁବପୀଢିଙ୍କୁ ଟାର୍ଗେଟ କରି ଠକେଇର ଥିଲା ବଡ ଷହଯନ୍ତ୍ର ? ଜଣେ ରାଜଭବନ କର୍ମଚାରୀ ଏଭଳି କରିବା ସଂଘାତିକ । ଏଣୁ ଏ ଘଟଣା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି  । ଏହି ଦୁର୍ନୀତି ଖୋର କର୍ମଚାରୀଙ୍କ ବିରୁଦ୍ଧରେ ଆଗକୁ କି ପଦକ୍ଷେପ ଗ୍ରହଣ କରାଯିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Latest Posts

Don't Miss