ବାଣ ବିସ୍ଫୋରଣରେ ବାପ-ପୁଅ ମୃତ
ବାଣ ବିସ୍ଫୋରଣରେ ବାପ-ପୁଅ ମୃତ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିସିଟିଭି ଭିଡିଓ । ବାଣ ବିସ୍ଫୋରଣରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ଘଟିଛି । କଲୈନେଶନ ନାମକ ଜଣେ ବ୍ୟକ୍ତି ନିଜ ପୁଅ ସହ ବାଇକରେ ଯାଉଥିଲେ । ହଠାତ୍ ଏକ ବିସ୍ଫୋରଣ ହୋଇ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ପୁଡ଼ୁଚେରୀର ବିଲ୍ଲୁପୁରମ୍ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏ ଛାତି ଧରା ଦୃଶ୍ୟ ଦେଖି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ ।
ବାପ, ପୁଅ ଉଭୟେ ବାଣ ନେଇ ଗାଡ଼ିରେ ଫେରୁଥିବା ସମୟରେ ହଠାତ୍ ରାସ୍ତାରେ ଏକ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଉଭୟ ବାପ, ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣର ଶବ୍ଦ ଗୋଟେ କିଲୋମିଟର ଯାଏ ଶୁଣାଯାଉଥିଲା ବେଳେ ବିସ୍ଫୋରଣର ଶବ୍ଦ ଶୁଣି ଲୋକଙ୍କ ଭିଡ଼ ଦେଖାଦେଇଥିଲା ।
ପଣ୍ଡିଚେରୀ କକନଥପୁର ବାସିନ୍ଦା କଲୈନେଶନ ନିଜ ପୁଅ ପ୍ରଦୀପ ସହ ବାଇକ ଯୋଗେ ବାଣ ନେଇ ଯାଉଥିଲେ । ଏହି ସମୟରେ ଜୋରରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ବିଲ୍ଲୁପୁରମ ଜିଲ୍ଲା କୁନିମେଦୁ ଗ୍ରାମର । ଘଟଣାଟିର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବିଲ୍ଲୁପୁରମ୍ ଜିଲ୍ଲାର ଡିଆଇଜି ପାଣ୍ଡିଆନ ଘଟଣାସ୍ଥଳରେ ପହଁଚି ଘଟଣାର ଯାଞ୍ଚ କରିବା ସହ ମାମଲାର ତଦନ୍ତ ଆରମ୍ଭ କରି ଆଗକୁ ଯାଞ୍ଚ କରାଯିବ ବୋଲି କହିଥିଲେ । ବିସ୍ଫୋରଣରେ ଆହତ ଥିବା ତିନି ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଛି ।
