ବଲିଉଡ଼ ଦେଲା ଗାନ୍ଧୀଜୀଙ୍କ ବାର୍ତ୍ତା
ଏକାସାଙ୍ଗରେ ଗୋଟିଏ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି ନେତା ଓ ଅଭିନେତା । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ଼ର କିଛି ଆଗଧାଡ଼ିର ଅଭିନେତାଙ୍କ ସହ ସାକ୍ଷାତ କରିଛନ୍ତି । କାର୍ଯ୍ୟକ୍ରମରେ ଶାହାରୁଖ ଓ ଆମିର ହୋଷ୍ଟିଂ ଦାୟିତ୍ତ୍ୱରେ ଥିବା ସହ ବଲିଉଡର ବହୁ ବଡ଼ ବଡ଼ ହସ୍ତୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ଉଠାଯାଇଥିବା ସେଲଫି ବେଶ୍ ଭାଇରାଲ ହୋଇଥିବା ବେଳେ ଏନେଇ ଟ୍ୱିଟ୍ କରିଛନ୍ତି ମୋଦି । ଆମର ଫିଲ୍ମ ଓ ସଙ୍ଗୀତ ଗାନ୍ଧିଜୀଙ୍କ ସନ୍ଦେଶକୁ ଲୋକଙ୍କ ପାଖରେ ପହଞ୍ଚେଇବାରେ ଉତ୍କୃଷ୍ଠ ମାଧ୍ୟମ ବୋଲି ଟ୍ୱିଟରରେ ଲେଖିଛନ୍ତି । ଏଥିସହ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସିନେ ଅଭିନେତା ଓ ଅଭିନେତ୍ରୀମାନେ ଗାନ୍ଧୀଜୀଙ୍କ କିଛି ବାର୍ତ୍ତା ଆବୃତ୍ତ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ପସନ୍ଦ କରୁଛନ୍ତି ଲୋକେ । ')}
