ବରଗଡ଼: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ମହାରାଜା କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ଦରବାର । ମଥୁରାରେ ରାଜୁତି କରିବେ ମହାରାଜା କଂସ । ପାରମ୍ପରିକ ଲୋକବାଦ୍ୟ ଓ ଲୋକଗୀତରେ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ । ୧୧ଦିନ ଧରି ଚାଲିବ ଧନୁଯାତ୍ରା ।

ଏଥିପାଇଁ ସଜେଇ ହେଲାଣି ମଥୁରା ନଗରୀ ଓ ଗୋପପୁର । ସେପଟେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ରିହର୍ସ।ଲ । ସମସ୍ତ କଳାକାର ପ୍ରସ୍ତୁତ ରହିଛନ୍ତି । ଉଦ୍ଘାଟନୀ ଉତ୍ସବରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏଥିରେ ୧୫ଟି ସାଂସ୍କୃତିକ ଦଳ ସାମିଲ ହେବେ ।

ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଅନ୍ୟ ବ୍ୟବସ୍ଥା କରାଯାଇଛି । ସିସିଟିଭି ନଜରରେ ରହିବ ବରଗଡ଼ ସହରର ବିଭିନ୍ନ ସ୍ଥାନ । ରାଜ ଦରବାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ମଞ୍ଚ ପ୍ରସ୍ତୁତ, କଳାକାର ପ୍ରସ୍ତୁତ ଓ ଦର୍ଶକ ବି ପ୍ରସ୍ତୁତ । କେବଳ ଅପେକ୍ଷା ମୁକ୍ତାକାଶ ରଙ୍ଗମଞ୍ଚରେ ମହାରାଜାଙ୍କ ରାଜୁତିକୁ ।


