ପୋଲିସକୁ ଚକମା ଦେଉଛି KBN ଗ୍ୟାଙ୍ଗ, ଖୋଲା ଆକାଶରେ ଗର୍ଜୁଛି ବନ୍ଧୁକ

ଭୁବନେଶ୍ୱର: କେ.ବି.ଏନ୍ ଗ୍ୟାଙ୍ଗର ଫାୟାରିଂ କ୍ୟାମ୍ପ୍ । ଖୋଲା ଆକାଶରେ ଅନ୍ଧାର ରାତିରେ ଗର୍ଜୁଛି ବନ୍ଧୁକ । ଭିଲେନ୍ ଶିଖୁଛି ବ୍ଲାକ୍ ଫାୟରିଂ । ବନ୍ଧୁକକୁ କେମିତି ଲକ୍ କରାଯାଏ । ଆଉ କେମିତି ଟ୍ରିଗର ଦବାଯାଏ । ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଜାହିର କରୁଛି ଦବଦବା । ବନ୍ଧୁକ ଟ୍ରେନିଂର ଦୁଇଟି ଭିଡିଓ ଭାଇରାଲ ହୋଇଛି । ଗୋଟିଏ ଭିଡିଓ ୧୪ ସେକେଣ୍ଡର ହୋଇଥିବା ବେଳେ ଆଉ ଭିଡିଓ ୧୫ସେକେଣ୍ଡର । ଭିଡିଓରେ ଅପରାଧି ମୁହଁ ନ ଦେଖାଇ ଭିଡିଓ ସୁଟ୍ କରିଛି । ୧୪ ସେକେଣ୍ଡ ଭିଡିଓରେ ଦୁଇ ଜଣ ଯୁବକ କଥା ହେଉଥିବାବେଳେ ଜଣେ ଯୁବକ ୮ରୁ ୧୦ ରାଉଣ୍ଡ ଫାଇରିଂ କରୁଛି । ଆଉ ଗୋଟିଏ ଭିଡିଓରେ ମାଉଜରରେ କ୍ୟାଟ୍ରିଜ୍ କେମିତି ଲୋଡ କରୁଛି । ଆଉ ତା’ ପରେ ଦୁଇ ରାଉଣ୍ଡ ଫାଇରିଂ ହେଉଛି ।

ଭିଡିଓ ଗୁଡିକ ପୁରୁଣା । ସେଥି ମଧ୍ୟରୁ କିଛି ଅପରାଧିଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ଚାଲିଛି ବୋଲି ପୋଲିସ କମିଶନର କହିଛନ୍ତି । କେ.ବି.ଏନ୍ ଗ୍ରୁପର ଏଭଳି ଭୟାନ୍ନକ ଭିଡିଓ ନୁଆଁ ନୁହେଁ । ପୂର୍ବରୁ ଏହି ଗ୍ୟାଙ୍ଗର ୪ଟି ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଖଣ୍ଡା ଧରି ବିଚ ରାସ୍ତାରେ ମତୁଆଲ ହେଉଥିବାର ଭିଡିଓ ଭାଇରାଲ ହୋଇଛି । ଅପରାଧି ଧରିଥିବା ବନ୍ଧୁକ ମଧ୍ୟରେ ଗୋଟିଏ ଚୋରୀ ବନ୍ଧୁକ ହୋଇଥିବା ବେଳେ ଏହାକୁ ଜବତ କରିଛି ପୋଲିସ୍ । ଏବେକାର ଭାଇରାଲ ବନ୍ଧୁକ ପୋଲିସ ନଜରକୁ ଆସିଛି । ସେହଭଳି ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ପେଶାଲ ୨୬ ଟିମ୍ ଗଠନ ହୋଇଛି । ଖୁବଶୀଘ୍ର ଅପରାଧୀ ମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

ଲଗାତର ଭିଡିଓ ଭାଇରାଲ ହେବାପରେ ବି ପୋଲିସ ଏ ପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜିବୀ ବନ ମହାନ୍ତି ।  ୨୦୨୦ରେ ୩୭ଟି ବନ୍ଧୁକ ଜବତ ହୋଇଥିବା ବେଳେ ୨୦୨୧ ଏବେ ସୁଦ୍ଧା ୧୦ରୁ ଅଧିକ ବେଆଇନ ବନ୍ଧୁକ ଜବତ କରିଛି ପୋଲିସ । ଭୁବନେଶ୍ବରରେ ଚୋରା ବନ୍ଧୁକର ଚୋରା ବାଟକୁ ଜଗିବାରେ ବିଫଳ ହୋଇଛି ପୋଲିସ । ଏଠି ପ୍ରଶ୍ନ, ଫେଲ ମାରୁଛି କି କମିଶନରେଟ ପୋଲିସର ଗୁଇନ୍ଦା ବିଭାଗ ?

Leave a Reply