ପୁରୀରେ ମୁଖ୍ୟ ଶାସନ ସଚିବ, ଶ୍ରୀକ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ପୁରୀ: ପୁରୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାରେ କରାଯାଉଥିବା ପ୍ରକଳ୍ପ କାର୍ଯ୍ୟ ବୁଲି ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ପ୍ରଥମେ ସ୍ୱର୍ଗଦ୍ୱାରରେ ପହଞ୍ଚି ଉନ୍ନୟନ କାମର ସମୀକ୍ଷା କରିଥିଲେ । ତେବେ କାର୍ଯ୍ୟ କେତେ ବାଟ ଆଗକୁ ଯାଇଛି, ଜିଲ୍ଲା ପ୍ରଶାସନଠୁ ନେଲେ ଅପଡେଟ୍ । ଶବ ସତ୍କାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟ ଶାସନ ସଚିବ । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।