ପଟ୍ଟାମୁଣ୍ଡାଇ: ରାଜନଗର ଭିତରକନିକା ଅଭୟାରଣ୍ୟରେ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ। ଗଣନା କାର୍ଯ୍ୟରେ ୨୩ଟି ଟିମ ନିୟୋଜିତ । ରାଜନଗର, ଡଙ୍ଗମାଳ, ମହାକାଳପଡ଼ା, ଗହୀରମଥା ଚାରୋଟି ରେଞ୍ଜରେ ଚାଲିଛି କୁମ୍ଭୀର ଗଣନା। ରାଜନଗର ବନଖଣ୍ଡ ଅଧିକାରୀ ଓ କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତ୍ୱରେ ଚାଲିଛି ଗଣନା କାର୍ଯ୍ୟ।