ନନ୍ଦିଘୋଷ ବ୍ୟୁରୋ : ଅର୍ନ୍ତରାଷ୍ଟ୍ରୀୟ ସିପିଙ୍ଗ୍ ଲେନ୍ ରେ ଯାଉଥିବା ଜାହାଜ ଉପରେ ହେଉଛି ହମଲା । ବାଣିଜ୍ୟିକ ଜାହାଜ ଉପରେ ଲଗାତର ଆକ୍ରମଣ ପରେ ଭାରତୀୟ ନୌସେନା ଉତ୍ତର ଏବଂ ମଧ୍ୟ ଆରବ ସାଗର ରେ ନଜର ରଖିଛନ୍ତି । ଭାରତୀୟ ନୈାସେନା କହିଛି ଯେ ସେ ନୂତନ ସୁରକ୍ଷା ର ଯାଞ୍ଚ ପାଇଁ କୋଷ୍ଟଗାର୍ଡ ସହ ମିଶି କରି କାମ କରୁଛି ।
କେବଳ ଏତିକି ନୁହେଁ ବିନାଶକାରୀ ଏବଂ ଫ୍ରିଗେଟ୍ ବ୍ୟତୀତ ନୈାସେନା ମାନବ ବିହୀନ ବିମାନ ଏବଂ ସାମୁଦ୍ରିକ ବିମାନ ଯାନ ଏବଂ ସାମୁଦ୍ରିକ ପାଟ୍ରୋଲିଂ ବିମାନ ମଧ୍ୟ ନିୟୋଜିତ କରିଛି । ଭାରତୀୟ ଉପକୂଳ ଠାରୁ ୪୦୦ କିଲୋମିଟର ଦୂରରେ ଥିବା ଏକ ବାଣିଜ୍ୟିକ ଜାହାଜ ଏମବି କେମ୍ ପ୍ଲୁଟୋ ଉପରେ ଡ୍ରୋନ୍ ଆକ୍ରମଣ କରିବା ପରେ ଏଭଳି ପଦକ୍ଷେପ ନେଇଛି ଭାରତୀୟ ନୌସେନା । ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ନୈାସେନା ନିଜର ପ୍ରତିରୋଧକ ଉପସ୍ଥିତି ବଜାୟ ରଖିବା ପାଇଁ ଯୁଦ୍ଧ ଜାହାଜ ଆଇଏନସ୍ ମୋର୍ମୁଗାଓ , ଆଇଏନସ୍ କୋଚି ଏବଂ ଆଇଏନସ୍ କୋଲକାତାକୁ ନିୟୋଜିତ କରିଛି । ନୌସେନା ଅଧିକାରୀ କହିଛନ୍ତି ଯେ, ଦୂରଗାମୀ ସାମୁଦ୍ରିକ ଅନୁସନ୍ଧାନ ବିମାନ P8 ଆଇ ମଧ୍ୟ ନିୟୋଜିତ କରିଛନ୍ତି । ବାଣିଜ୍ୟିକ ଜାହାଜ ଉପରେ ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ତିନୋଟି ବିଧ୍ବସଂକ ମିସାଇଲ୍ ନିୟୋଜିତ କରିଛନ୍ତି ।

