କୋଲକାତା : ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି,ନେତାଜୀଙ୍କ ଏହି ବାକ୍ୟ ଅନେକଙ୍କୁ ଦେଶର ସ୍ୱାଧିନତା ସଂଗ୍ରାମରେ ସାମିଲ ହେବାକୁ ପ୍ରେରିତ କରିଥିଲା । ସେହିଭଳି ଜଣେ ସୈନିକ ଥିଲେ କ୍ଷିତଜ୍ ଚନ୍ଦ୍ର । ପଶ୍ଚିମବଙ୍ଗର ଶ୍ରୀରାମପୁରର କ୍ଷୀତିଜ୍ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ । ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ଯୁଦ୍ଧ ଲଢିଥିଲେ । ବର୍ତ୍ତମାନ ବାଂଲାଦେଶର ଚଟ୍ଟଗ୍ରାମ ଜେଲରେ ସେ ୧୮ ମାସ ଜେଲରେ ଥିଲେ । ଜେଲରୁ ଫେରାର ହୋଇ ପୁଣିଥରେ ସ୍ୱାଧିନତା ସଂଗ୍ରାମରେ ସାମିଲ ହୋଇଥିଲେ ।
କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି କ୍ଷିତିଜଙ୍କ ପରିବାରକୁ ଦେଶ ଭୁଲି ଯାଇଛି । ଏହି ସ୍ୱାଧିନତା ସଂଗ୍ରାମୀ ପରିବାର ଏବେ ଆର୍ଥିକ ଦୂରାବସ୍ଥାର ଶିକାର ହୋଇ ଭଙ୍ଗା ଘରେ ରହୁଛି । ବାଉଁଶ ଓ ଚାଳ ଛପର ଘରେ ରହୁଥିବା ସ୍ୱାଧିନତା ସଂଗ୍ରାମୀଙ୍କ ପରିବାର ପକ୍କା ଘର ପାଇଁ ଅନେକ ଥର ସରକାରଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ଲାଭ ମିଳି ନାହିଁ ।
ରାଜ୍ୟ ସରକାରଙ୍କ ମାସିକ ୩ ହଜାର ଟଙ୍କାରେ ଚଳୁଛି ପରିବାର
କ୍ଷିତିଜଙ୍କର ଦୁଇ ପୁଅ ବର୍ତ୍ତମାନ ଜିବୀତ ଅଛନ୍ତି । ପରିବାର ମୁଣ୍ଡ ଉପରେ ଛାତ ନଥିବା ବେଳେ ରାଜ୍ୟସରକାର ଦେଉଥିବା ମାସିକ ୩ ହଜାର ଟଙ୍କାର ପେନସନ୍ ହିଁ ଭରସା । ଶ୍ରୀରମପୁରରେ ଥିବା କ୍ଷିତିଜଙ୍କ ଘରକୁ ୧୯୭୮ ମସିହାରେ ଚଟ୍ଟଗ୍ରାମ ଅସ୍ତ୍ରଗାର ଲୁଟର ନାୟକ ଗଣେଶ ଘୋଷ ମଧ୍ୟ ଆସିଥିଲେ । ଶ୍ରୀରାମପୁରର ମହେଶ କଲୋନିରେ ରହୁଥିବା କ୍ଷିତଜ୍ ନେତାଜୀଙ୍କ ସହିତ ଚଟ୍ଟଗ୍ରାମ ଜେଲରେ ୧୮ ମାସ ରହିଥିଲେ । ସେଠାରୁ ସେ ପରେ ଫେରାର ହୋଇଯାଇଥିଲେ । ୧୯୪୨ରୁ ୧୯୪୨ ପର୍ଯ୍ୟନ୍ତ ସେ ଜେଲରେ ଥିଲେ । ୧୯୪୬ ମସିହାରେ ଇଂରେଜ ସରକାର ତାଙ୍କୁ କୋଲକତାରେ ଗିରଫ କରି ଅଲ୍ଲିପୁର ସେଣ୍ଟ୍ରାଲ ଜେଲକୁ ପଠାଇ ଦେଇଥିଲେ ।
ସାହାଯ୍ୟ ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ
କ୍ଷିତିଜଙ୍କର ଦୁଇ ପୁଅ ଅଭିଜିତ୍ ଓ ଅପୂର୍ବ ମା’ ଝରଣାଙ୍କ ସହିତ ଏହି ଭଙ୍ଗାଘରେ ରହୁଛନ୍ତି । ଅଭିଜିତଙ୍କ ଅନୁସାରେ ତାଙ୍କ ପିତାଙ୍କ ଜନ୍ମ ୧୯୨୦ରେ ହୋଇଥିଲେ । ସେମାନେ ସାହାଯ୍ୟ ପାଇଁ ଅନେକ ଥର କେନ୍ଦ୍ର ସରକାରଙ୍କ ଅପିଲ କରିଥିଲେ ମଧ୍ୟ କୌଣସି ପ୍ରକାରର ସାହାଯ୍ୟ ମିଳିନାହିଁ ବୋଲି କୁହନ୍ତି ଅଭିଜିତ ।

