spot_img

Latest Posts

ନୂଆରୂପ ନେଉଛି ବିଧାନସଭା, ସଂସଦୀୟ ଢାଞ୍ଚାରେ ହେବ କାର୍ଯ୍ୟକାଳପ

ଭୁବନେଶ୍ୱର: ନୂଆରୂପ ନେଉଛି ବିଧାନସଭା । ସଂସଦୀୟ ଢାଞ୍ଚାରେ ହେବ କାର୍ଯ୍ୟକାଳପ । ବ୍ୟବସ୍ଥାପକ ଓ ଗବେଷଣା ପାଇଁ ସଂଗୃହୀତ ହେବ ତଥ୍ୟ । ଏଥିପାଇଁ ସବୁ ତଥ୍ୟକୁ ପଞ୍ଜିକରଣ କରାଯାଇ ଡିଜିଟାଇଜେସନ କରାଯିବ । ବିଧାନସଭାର ସମସ୍ତ ତଥ୍ୟକୁ ବି ସର୍ବସାଧାରଣ କରାଯିବ । ଏନେଇ ପ୍ରଥମଥର ପାଇଁ  ଗଠନ କରାଯାଇଛି ଗବେଷଣା କମିଟି । ଯାହାର ପ୍ରଥମ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବାଚସ୍ପତି କହିଛନ୍ତି ।

 

1952 ମସିହାରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ କ’ଣ ସବୁ ଘଟିଯାଇଛି । କେଉଁ ବିଧାୟକ ,ମନ୍ତ୍ରୀ କଣ କହିଛନ୍ତି ? କେଉଁ ସମସ୍ୟାରେ କି ନିଷ୍ପତି ନିଆଯାଇଛି ? ଏସବୁ ତଥ୍ୟ ଏବେ ସଂଗୃହୀତ  ହୋଇ ପଞ୍ଜିକୃତ ହେବ । ପୂରା ବିଧାନସଭା ହେବ ଡିଜିଟାଲାଇଜେସନ  । ଖାସ୍‌ ସେଥିଲାଗି ବାଚସ୍ପତି  ପ୍ରଥମଥର ଲାଗି ଗଠନ କରିଛନ୍ତି ବିଧାନସଭା ଗବେଷଣା କମିଟି । ବିଧାନସଭାର ସମସ୍ତ ତଥ୍ୟ ପଞ୍ଜିକୃତ ହେଲେ ଏହାକୁ ସର୍ବସାଧାରଣ କରାଯିବ । ଯାହାକି ବିଧାୟକ ଓ ସାଧାରଣ ଲୋକଙ୍କ ପାଇଁ ବେଶ ଉପାଦୟ ହେବ ବୋଲି ବାଚସ୍ପତି କହିଛନ୍ତି ।

ଗବେଷଣା କମିଟିର ପ୍ରଥମ ବୈଠକ ସୋମବାର ବିଧାନସଭାରେ ଅନୁଷ୍ଠିତ ହୋଇଛି । ବୈଠକରେ ଗବେଷଣା କମିଟି ପଞ୍ଜିକୃତ ତଥ୍ୟ ଗୁଡ଼ିକ କିପରି କମ୍ପ୍ୟୁଟରୀକରଣ କରାଯିବ ତାହା ଉପରେ ଫୋକସ କରାଯାଇଥିଲା । ଗବେଷଣା କମିଟିକୁ  ଶାସକ ଓ ବିରୋଧୀ ସ୍ୱାଗତ କରିଛନ୍ତି ।

ସଂସଦୀୟ ଢାଞ୍ଚାରେ ବିଧାନସଭାର ଏପରି ବ୍ୟବସ୍ଥା ବ୍ୟବସ୍ଥାପକ ଓ ଗବେଷଣା ପାଇଁ  ବେଶ ଉପାଦୟ ହେବ ।

Latest Posts

Don't Miss