ଭୁବନେଶ୍ବର: ନୂଆବର୍ଷରେ ରାଜଧାନୀରେ ଗଡିଲା ମୁଣ୍ଡ । ନୂଆପଲ୍ଲୀରେ ଗତ ୨୬ ତାରିଖରେ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ଯୁବକଙ୍କ ମୃତ୍ୟୁ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ନୂଆପଲ୍ଲୀ ନୂଆସାହିର ଯୋଗେନ୍ଦ୍ର ଦାସ ଓରଫ ବବଲୁ । ଏ ନେଇ ନୂଆପଲ୍ଲୀ ଥାନା ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି ।
ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିଲେ । ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ନୟାପଲ୍ଲୀ ଥାନାଧିକାରୀ । ସେପଟେ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଏକାଧିକ ମାମଲା ଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ।

