spot_img

Latest Posts

ନୂଆପଡ଼ାରେ ଭୋଟ ପଡ଼ିବାର ଠିକ୍ ପୂର୍ବ ଦିନ ବିଜେଡିର ସଂଗୀନ ଅଭିଯୋଗ

ନୂଆପଡ଼ାରେ ଭୋଟ ପଡ଼ିବାର ଠିକ୍ ପୂର୍ବ ଦିନ ବିଜେଡିର ସଂଗୀନ ଅଭିଯୋଗ। ନିରପେକ୍ଷ ନିର୍ବାଚନ ହେବା ନେଇ ଦଳ ସନ୍ଦେହ ପ୍ରକାଶ କରିଛି। ବିଜୁ ଜନତା ଦଳ ଅଭିଯୋଗ କରିଛି, ଗଂଜାମରୁ ଏକ ଇଭିଏମ୍ ଟ୍ରକ ନୂଆପଡ଼ାରେ ପହଞ୍ଚିଛି। ଏହାକୁ କେମିତି ଗ୍ରହଣ କଲେ ସିଇଓ। ଇଭିଏମ୍ କେଉଁଠି ଅଛି ସିଇଓ କହନ୍ତୁ। ଏହା ସହିତ ବିଜେଡି ଅଭିଯୋଗ କରିଛି, ଜିଲ୍ଲା ପ୍ରଶାସନ ପାତର ଅନ୍ତର କରୁଛି। ଆଚରଣ ବିଧି ଉଲ୍ଲଂଘନ କଲେ ମଧ୍ୟ ଶାସକ ଦଳର ନେତାଙ୍କୁ ଛାଡ଼ି ଦେଇ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରୁଛନ୍ତି ସରକାରୀ ଅଧିକାରୀ। ଏହା ସହିତ ବିଜେଡି ଆଶଙ୍କା କରିଛି ସମ୍ବେଦନଶୀଳ ବୁଥରେ ଗୁଣ୍ଡାଗିରି ହେବାର ଆଶଙ୍କା ଅଛି। ଭୋଟରଙ୍କୁ ପ୍ରଭାବିତ କରିବାକୁ ବଣ୍ଟା ଯାଉଛି ଟଙ୍କା। ଛତିଶଗଡ଼ର ଲୋକ ପୋଲିସ ଡ୍ରେସରେ ଆସୁଛନ୍ତି। ଅତାବିରାର ବିଜେପି ବିଧାୟକ ନିହାର ମହାନନ୍ଦ ସାଇଲେନ୍ସ ପିରିୟଡରେ ନୂଆପଡ଼ାରେ କେମିତି ବୁଲୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ। ବିନା ୱାରେଣ୍ଟରେ ବିଜେଡି ନେତାଙ୍କ ଘରେ ରେଡ୍ କରାଗଲା। ହେଲେ କିଛି ପାଇଲେନି। ବିଜେପି ନେତା ଟଙ୍କା ବାଣ୍ଟୁଥିଲେ, ବିଜେଡି ନେତା ଅଭିଯୋଗ କରିବାରୁ ଯିଏ ଟଙ୍କା ବାଣ୍ଟୁଥିଲା ତାକୁ ଛାଡ଼ି ଦେଇ ଅଭିଯୋଗକାରୀକୁ ଧରିଛି ପୋଲିସ। ଏହାକୁ ନେଇ ଗର୍ଜିଛି ବିଜେଡି।

ଇଭିଏମ୍ ନେଇ ବିଜେଡିର ସଂଗୀନ ଅଭିଯୋଗ ପରେ ସ୍ପଷ୍ଟୀକରଣ ଦେଇଛନ୍ତି ସିଇଓ ଆର୍ ଏସ୍ ଗୋପାଳନ। ସେ କହିଛନ୍ତି, ଇଭିଏମ୍ ଟ୍ରକ ଗଂଜାମରୁ ନୂଆପଡ଼ା ଯିବା ଅଭିଯୋଗ ସତ ନୁହେଁ। ନୂଆପଡ଼ାକୁ ଅନ୍ୟ ଜିଲ୍ଲାର ଇଭିଏମ୍ ଆସି ନାହିଁ କି ଭୋଟରେ ଅନ୍ୟ ଜିଲ୍ଲାର ଇଭିଏମ୍ ବ୍ୟବହାର ହେବନି। ପଇସା ବଣ୍ଟନ ଅଭିଯୋଗ ନେଇ ସିଇଓ କହିଛନ୍ତି, ସେହି ଭିଡିଓକୁ ମୁଁ ଦେଖିଛି। ତାହା ଜିଲ୍ଲା ବାହାରର ବୋଲି ଜଣାପଡୁଛି। ଆଉ କିଛି ୯ ତାରିଖ ପୂର୍ବର ଭିଡିଓ। ବର୍ତ୍ତମାନ ସୁଦ୍ଧା ପଇସା ବଣ୍ଟନର କୌଣସି ଖବର ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ସିଇଓ।

ନୂଆପଡ଼ା ଉପନିର୍ବାଚନର ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ଆସନ୍ତାକାଲି ପଡ଼ିବ ଭୋଟ। ସକାଳ ୭ଟାରୁ ହିଁ ଆରମ୍ଭ ହେବ ମତଦାନ। ସୁରୁଖୁରୁ ନିର୍ବାଚନ ଶେଷ କରିବାକୁ ନିର୍ବାଚନ କମିଶନ ଓ ପ୍ରଶାସନ ସବୁ ବ୍ୟବସ୍ଥା କରିଛନ୍ତି। ସୁରକ୍ଷା ବି କଡ଼ାକଡ଼ି କରାଯାଇଛି। ବିଜେଡିରୁ ବିଧାୟକ ହୋଇଥିବା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ହେବାରୁ ନୂଆପଡ଼ାରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।

Latest Posts

Don't Miss