ନିଜକୁ ନିଜେ ପରିହାସ କରୁଛନ୍ତି ବିଜେପି ନେତା, ପ୍ରେସମିଟରେ ବର୍ଷିଲା ବିଜେଡ଼ି

ଭୁବନେଶ୍ୱର: ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ । ବିଜେପି ନେତା ତଥା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି । କହିଛନ୍ତି ପୀତାମ୍ବର ଆଚାର୍ଯ୍ୟଙ୍କ ମତାମତ ଦୁର୍ଭାଗ୍ୟ ଜନକ । ପୀତାମ୍ବର ଆଚାର୍ଯ୍ୟ ଜଣେ ବରିଷ୍ଠ ଆଇନଜୀବୀ । କଟକ ଠାରୁ ଉଗାଣ୍ଡା ପର୍ଯ୍ୟନ୍ତ ପ୍ରବଳ ଜ୍ଞାନ ତାଙ୍କର । ମାତ୍ର ବିଭିନ୍ନ ସମୟରେ ସେ ନିଜକୁ ନିଜେହିଁ ପରିହାସ କରୁଛନ୍ତି । ବିଜେପି ଏଜେଣ୍ଡାକୁ ସେ ଆଗେଇବାକୁ ଉତ୍ସୁକତା ଦେଖାଉଛନ୍ତି ଓ ନିଜର ପରିଚୟ ହାନି ଘଟାଉଛନ୍ତି ବୋଲି ଲେନିନ କହିଛନ୍ତି ।
ଓଡିଶା ବିଜେପିର ସଂକୀଣ୍ଣ ବିବୃତ୍ତିକୁ ସେ ଆଗେଇ ନେଉଥିବାରୁ ନିଜକୁ ନିନ୍ଦା କରିବା ଦରକାର । ଲୋକେ ତାଙ୍କୁ ଆଦୌ ଗ୍ରହଣ କରନ୍ତି ନାହିଁ । ତାଙ୍କର ବୋଧ ହୁଏ, ଆଇନ ଉପରେ ଜ୍ଞାନ ଥିବା ଭଳି ଲାଗୁନାହିଁ । ତାଙ୍କ ମହକିଲ ମଧ୍ୟ ଧୀରେ ଧୀରେ ତାଙ୍କ ଉପରେ ଭରସା ହରାଇଲେଣି ବୋଲି କହିଛନ୍ତି ଲେଲିନ । ଏଣୁ ସେ ନିଜ ମିଛ କଥା ଓ ବିରାଟ ଅନୁଭୂତି ଉପରେ ଅନୁତପ୍ତ ହେବେ ବୋଲି ପୀତାମ୍ବର କହିଛନ୍ତି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହରଙ୍କ ମନ୍ତବ୍ୟ ନେଇ ମଧ୍ୟ ବର୍ଷିଛନ୍ତି ଲେନିନ । କହିଛନ୍ତି ଲେଖାଶ୍ରୀଙ୍କ ମନ୍ତବ୍ୟ ସଭିଙ୍କୁ ବିସ୍ମିତ କରିଛି । ତାଙ୍କ କଥାରେ କେବେ ବି ବାସ୍ତବତା ନଥାଏ ।
ସକାଳୁ ମିଛ କହିବା ପାଇଁ ତାଙ୍କର ଆଭିମୁଖ୍ୟ ଥାଏ । ୨୦୧୪ ଫେବୃଆରୀରେ ଗ୍ୟାସ ଦର ୬ ୟୁଏସ ଡଲାର ଥିଲା । ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଜିର ଦିନରେ ୧୫ ପ୍ରତିଶତ ଦର କମିଛି । ମାତ୍ର ଦେଶରେ ୦୧୪ ଠାରୁ ଆଜି ମଧ୍ୟରେ ଗ୍ୟାସ ଦର ୧୨୩ ପ୍ରତିଶତ ବଢିଛି । ମଧ୍ୟବିତ୍ତ ପରିବାର ଗରିବ ପରିବାର ପାଇଁ କାଳ ପାଲଟିଛି ବିଜେପି । ଗ୍ୟାସ ଦରବୃଦ୍ଧିର ଯେଉଁ ଅତ୍ୟଧିକ ଟଙ୍କା କେନ୍ଦ୍ର ସରକାର ଯେଉଁଭଳି ଭାବେ ଲୋକଙ୍କ ଠାରୁ ଛଡାଇ ନେଉଛନ୍ତି, ସେ ଟଙ୍କାକୁ କରାଯାଉଛି କଣ ? ଦୟାକରି ଲେଖାଶ୍ରୀ ଲୋକଙ୍କୁ ଭୁଆଁ ବୁଲାନ୍ତୁନି । ମିଛ କହି ବା ଅପଶବ୍ଦ କହି ଓଡ଼ିଆଙ୍କୁ ବୋକା ବନାନ୍ତୁନି ।