spot_img

Latest Posts

ଦେବଗଡରେ ବିଜେପି ଦି-ଫାଳ, ରାଣୀ ବଖାଣିଲେ ଗୁମର..

ଦେବଗଡ: ଜିଲ୍ଲା ବାସୀଙ୍କୁ ସବୁବେଳେ ଧୋକା ଦେଇ ଆସୁଛନ୍ତି ବିଜେପି ଜନପ୍ରତିନିଧି । ପ୍ରତି ସମୟରେ ଲୋକଙ୍କୁ ଠକି ଚାଲିଛନ୍ତି । ବିଭିନ୍ନ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଦେବୀ । ଗତ 25 ତାରିଖ ଦିନ ଦେବଗଡ଼ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ରଞ୍ଜିତ ପଟେଲ ଓ ତାଙ୍କ ଧର୍ମପତ୍ନୀ ସୁଧାମୟୀ ପଟେଲ, ରାଣୀ ଅରୁନ୍ଧତୀଙ୍କ ବିରୋଧରେ ଦେବଗଡ଼ ଥାନାରେ ମାମଲା ରୁଜୁ କରିଥିଲେ ।

ରାଣୀ ଅରୁନ୍ଧତୀ ନିଜ ସମର୍ଥକଙ୍କ ଦ୍ୱାରା ସେମାନଙ୍କ କୁଶ ପୁତ୍ତଳିକା ଦାହ କରି ଜନସାଧାରଣଙ୍କୁ ତାଙ୍କ ବିରୁଦ୍ଧରେ ଉସୁକାଇବା, ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର କରିବା ଯୋଗୁ ଉଭୟଙ୍କ ଜୀବନ ପ୍ରତି ବିପଦ ଥିବା ଏତଲାରେ ଦର୍ଶାଇଥିଲେ  । ଏହି ଘଟଣା ପରେ ପ୍ରଥମ ଥର ପାଇଁ ରାଣୀ ଅରୁନ୍ଧତୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଯେଉଁ ମାନଙ୍କ ପାଇଁ ପ୍ରଚାର କରି ନିର୍ବାଚନ ଜିତାଇଥିଲେ ସେମାନେ ବିଶ୍ୱାସଘାତ କରି ଲୋକଙ୍କ ପାଇଁ କାମ କରିବା ପରିବର୍ତ୍ତେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିଛନ୍ତି ।

ପୂର୍ବତନ ଜିଲ୍ଲା ପରିଷଦ ପଟେଲ ଦମ୍ପତି ସେମାନଙ୍କ ଅଞ୍ଚଳର ଲୋକଙ୍କ ଟେଲି ଯୋଗାଯୋଗ ସମସ୍ୟା ପାଇଁ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ସେମାନଙ୍କ ଠାରୁ ଦୁରେଇ ରହିଛନ୍ତି  । ଲୋକେ ଯେତେବେଳେ ମୋ ପାଖକୁ ଆସିଲେ ମୁଁ ଲୋକଙ୍କ ସହ ରହିଲି  । ମୋତେ କେବଳ ଫୁଟବଲ, କ୍ରିକେଟ ମ୍ୟାଚ ଉଦଘାଟନରେ ଲଗାଇ ସେମାନେ ଦୁର୍ନୀତିରେ ବୁଡି ରହିଥିଲେ  । ସେମାନଙ୍କୁ ବିଶ୍ୱାସ କରିବା ମୋ ଭୁଲ ଥିଲା ବୋଲି କହିଛନ୍ତି ରାଣୀ ଅରୁନ୍ଧତୀ ଦେବୀ  ।

Latest Posts

Don't Miss