କଳାହାଣ୍ଡି: ସକାଳୁ ସକାଳୁ GST ଚଢ଼ାଉ । ରାୟପୁରରୁ ନର୍ଲା ଈଶ୍ୱରୀ ସେଲଶକୁ 10ଟି ଥ୍ରେସର ବୋଝେଇ ଟ୍ରଲରକୁ କର୍ଲାପଡା ଠାରେ ଚଢାଉ କରିଛି ବାଣିଜ୍ୟିକର ବିଭାଗ । ଫାଇନ ଆକଳନ ଏପର୍ଯ୍ୟନ୍ତ ହୋଇନି । ସୂଚନା ଅନୁସାରେ ରାୟପୁରରୁ ଟ୍ରଲରରେ 10ଟି ଧାନ ଅମଳ ପରେ ସଫା କରିବା ଯନ୍ତ୍ର ଗୁରୁନାନକ ଇଂଜିନିୟରିଂ ୱାର୍କରୁ ନର୍ଲା ଈଶ୍ୱରୀ ସେଲ୍ସକୁ ଗୋଟିଏ ୱେ ବିଲରେ ନିଆଯାଉଥିଲା ।
ଯାହାର ଆନୁମାଲିକ ମୂଲ୍ୟ ୨୦ଲକ୍ଷ୍ୟରୁ ଅଧିକା ହେବ । ଯାହାର ୱେ ବିଲ୍ ଟିକସ ବାବଦକୁ ୩ଲକ୍ଷରୁ ଅଧିକା ହେବ । ତେବେ ଟିକସ ଫାଙ୍କି ଆସୁଥିବା ସୂଚନା ପାଇଁ ପାଟ୍ରୋଲିଂ ବେଳେ ଚଢ଼ାଉ କରିଥିଲା ଟିମ୍ ।

