କାନବେରା: ଟି-ଟ୍ବେଣ୍ଟି ବିଶ୍ବକପର ଦ୍ବିତୀୟ ଦିନରେ ପୁଣି ବିପର୍ଯ୍ୟୟ । ଓ୍ବେଷ୍ଟଇଣ୍ଡିଜକୁ ୪୨ ରନରେ ହରାଇଲା ସ୍କଟଲାଣ୍ଡ । ବିଶ୍ବକପରେ ଆଜି ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଓ୍ବେଷ୍ଟଇଣ୍ଡିଜ୍ ଓ ସ୍କଟଲାଣ୍ଡ । ଓ୍ବେଷ୍ଟଇଣ୍ଡିଜ ଟସ ଜିତି ସ୍କଟଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସ୍କଟଲାଣ୍ଡ ୧୬୦ ରନ କରିଥିଲା । ୧୬୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ୍ ୧୮ ଓଭର ୩ ଟି ବଲ ଖେଳି ୧୧୮ ରନ କରି ସମସ୍ତ ଓ୍ବିକେଟ ହରାଇଥିଲା ।
ସେହିପରି ଦ୍ବିତୀୟ ମ୍ୟାଚରେ ଆୟାରଲ୍ୟାଣ୍ଡ ଠାରୁ ୩୧ ରନରେ ବିଜୟ ହାସଲ କରିଛି ଜିମ୍ବାଓ୍ବେ । ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୧୭୪ ରନ କରିଥିବାବେଳେ ଆୟାର୍ଲ୍ୟାଣ୍ଡ ନିର୍ଦ୍ଧାରିତ ଓଭରରେ ୧୪୩ ରନ କରିବାରେ ସକ୍ଷମ ହୋଇପାରିଥିଲା । ଆସନ୍ତାକାଲି ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ନାମିବ୍ୟା ଓ ନେଦରଲ୍ୟାଣ୍ତସ୍ ମଧ୍ୟରେ ହେବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚ ଶ୍ରୀଲଙ୍କା ଓ ୟୁଏଇ ମଧ୍ୟରେ ଖେଳାଯିବ ।

