ଟିକେଟ୍ ନଥିବାରୁ ଲାଠିରେ ଯୁବତୀଙ୍କ ମୁଣ୍ଡ ଫୁଟାଇଲେ RPF କନଷ୍ଟେବଳ

ରାଉରକେଲା: ଆରପିଏଫ୍ କନଷ୍ଟେବଳଙ୍କ ଅମାନୁଷିକ କାମ । ଟିକଟ ନଥିବାରୁ ଯୁବତୀଙ୍କୁ ଲାଠିରେ ପିଟି ମୁଣ୍ଡ ଫଟାଇଦେଲେ ଆରପିଏଫ୍ କନଷ୍ଟେବଳ । ଏନେଇ ରାଉରକେଲା ରେଳବାଇ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ଅନୁସାରେ, ଫଳ ବିକ୍ରି କରୁଥିବା ଜଣେ ଯୁବତୀ ଟ୍ରେନ୍ରେ ହାଓଡା ଯାଉଥିଲେ । ଟିକେଟ ଯାଞ୍ଚ କଲାବେଳେ ଯୁବତୀଙ୍କ ନିକଟରେ ଟିକେଟ୍ ନଥିବାରୁ ଆକ୍ରମଣ କରିଥିଲେ ଆରପିଏଫ୍ କନଷ୍ଟେବଳ ।
ଏଭଳି ଘଟଣାକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି । ଯଦି ଜଣେ ଯାତ୍ରୀ ଭୁଲ କରିଛନ୍ତି, ତେବେ ଆଇନ ଅନୁଯାୟୀ ଦଣ୍ଡ ଦେବା ପରିବର୍ତ୍ତେ ଲାଠି ଚାର୍ଜ କରିବା ନିନ୍ଦନୀୟ । ପାନପୋଷ ନିକଟରେ ଆରପିଏଫ କନଷ୍ଟେବଳ ଲାଠିରେ ପିଟି ଯୁବତୀଙ୍କ ମୁଣ୍ତ ଫଟାଇ ଦେଇଥିବା ଅଭିଯୋଗ ହୋଇଛି ।