ଟିକାର ଅଭାବ ବେଳେ ଭିନ୍ନ ତଥ୍ୟ ଦେଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ  ଟିକାର ଅଭାବ ବେଳେ ଭିନ୍ନ ତଥ୍ୟ ଦେଉଛନ୍ତି କେନ୍ଦ୍ର ସରକାର । ମେ ମାସରେ ଘରୋଇ ମେଡିକାଲକୁ ଏକ କୋଟି ୨୯ ଲକ୍ଷ ଟିକା ଦିଆଯାଇଥିବା ବେଳେ ମାତ୍ର ୨୨ ଲକ୍ଷ ଟିକା ବ୍ୟବହାର ହୋଇଛି । ଯାହା ମାତ୍ର ୧୭ ପ୍ରତିଶତ । ଅନ୍ୟ ଟିକାଗୁଡିକ ବ୍ୟବହାର ନହୋଇ ପଡିରହିଛି । ମେ ମାସ ପାଇଁ ୭ କୋଟି ୪ ଲକ୍ଷ ଟିକା ସାରା ଦେଶ ପାଇଁ ପ୍ରସ୍ତୁତ ହୋଇଥିଲା ।

ସେଥିରୁ ୧ କୋଟି ୮୫ ଲକ୍ଷ ଡୋଜ ଘରୋଇ ମେଡିକାଲ ପାଇଁ ମହଜୁଦ ଥିଲା । ସେଥିମଧ୍ୟରୁ ଏକ କୋଟି ୨୯ ଲକ୍ଷ ଟିକା ଘରୋଇ ମେଡିକାଲ କିଣିଥିଲେ । ଏଥିରୁ ମାତ୍ର ୨୨ ଲକ୍ଷ ଟିକା ଲୋକଙ୍କୁ ଦିଆଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ବିଶେଷଜ୍ଞଙ୍କ କହିବା କଥା, ଘରୋଇ ମେଡିକାଲ ଟିକା ବାବଦରେ ଅଧିକ ଅର୍ଥ ଦାବି କରୁଥିବାରୁ ସେଠାରେ ଲୋକ ଟିକା ନେଉନାହାନ୍ତି ।

Leave a Reply