ଟାଙ୍ଗୀରେ ଦୁଇଟି ଦୁର୍ଘଟଣା ୧୩ରୁ ଅଧିକ ଆହତ

ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ସଡକ ଦୁର୍ଘଟଣା । ଭାରସ୍ୟାମ ହରାଇ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଗୁରୁତର । ଏକ ତୀର୍ଥ ଯାତ୍ରୀ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ୧୧ରୁଅଧିକ ଯାତ୍ରି ଆହତ ।
କାର ଦୁର୍ଘଟଣାରେ ୨ ଗୁରୁତର ଆହତ। ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଓ କୁଞ୍ଜରୀ ମଧ୍ୟରେ ଥିବା ଫାଲକନ ପ୍ଲାଣ୍ଟ ନିକଟରେ।ଭାରସାମ୍ୟ ହରାଇ ଡିଭାଇଡ଼ରକୁ ଧକ୍କା ଦେଇଥିଲା କାର। କାର ଭିତରେ ଥିବା ୨ ଜଣ ଗୁରୁତର ଆହତ ହୋଇଥିଲୋ। ସ୍ଥାନୀୟ ଲୋକେ ଲୋକଙ୍କୁ ଉଭୟଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲୋ। ଘଟଣାସ୍ଥଳରେ କୁହୁଡି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଟାଙ୍ଗୀ ନାଚୁଣୀ କଉଡି ଖଣି ଛକରେ ତୀର୍ଥ ଯାତ୍ରୀ ଗାଡି ଦୁର୍ଘଟଣା। ୧୧ରୁ ଅଧିକ ଗୁରୁତର ଆହତ। ଗୁରୁତର ମାନଙ୍କୁ ନାଚୁଣୀ ଥାନା ପୋଲିସ ଓ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସମସ୍ତ ଆହତ ବାଣପୁର ବିସର ପାଟଣା ଓ ପଲଟନ ପଡିଆ ଅଂଚଳର ବୋଲି ଜଣା ପଡିଛି। ଅଯୋଧ୍ୟାରୁ ତୀର୍ଥ ସାରି ଘରକୁ ଫେରୁଥିବା ସମୟରେ କଉଡି ଖଣି ଛକ ହମ୍ପରେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଗୁରୁତର ମାନଙ୍କୁ ଟାଙ୍ଗୀରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।