ଝିଅର ସନ୍ଦେହଜନକ ମୃତ୍ୟୁ ପରେ ଶାଶୁଘରେ ନିଆଁ ଲଗାଇଦେଲେ ପରିବାର, ଶାଶୁ-ଶ୍ୱଶୂର ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସନ୍ଦେହଜନକ ପରିସ୍ଥିତିରେ ଏଠାରେ ବୋହୂର ମୃତ୍ୟୁ ହୋଇଥିଲା। ଏହାପରେ ବୋହୂର ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ଶାଶୁ ଘରେ ନିଆଁ ଲଗାଇ ଦେଇଥିଲେ। ତିନି ମହଲା ଘରେ ଅଗ୍ନିକାଣ୍ଡ ପରେ ଝିଅର ଶାଶୁ ଓ ଶ୍ୱଶୁର ପୋଡି ପାଉଁଶ ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରୋଧିତ ଲୋକଙ୍କୁ ସେଠାରୁ ହଟାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ଘଟଣା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। କ୍ରୋଧିତ ପରିବାର ସଦସ୍ୟ ଝିଅର ଶବକୁ ଶାଶୁ ଘର ବାହାରେ ରଖି ହୋହାଲ୍ଲା କରିଥିଲେ | ଝିଅର ସ୍ୱାମୀ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ବୃଦ୍ଧ ଦମ୍ପତିଙ୍କ ଘରେ ନିଆଁ ଲାଗିଯିବାରୁ ଉତ୍ତେଜନା ଦେଖାଦେଇଛି। ନିଆଁ ବିଷୟରେ ସୂଚନା ପାଇ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ୩ ଘଣ୍ଟା ମଧ୍ୟରେ ଅଗ୍ନିଶମ ବାହିନୀ ଦଳ ନିଆଁକୁ ଆୟତ୍ତ କରିଥିଲେ।

ସୂଚନାନୁସାରେ, ଧୂମନଗଞ୍ଜର ଝଲୱା ନିବାସୀ ଅଂଶିକା କେସରୱାନୀ ଏକ ବର୍ଷ ପୂର୍ବେ ମୁଥିଗଞ୍ଜର ଅଂଶୁଙ୍କୁ ବିବାହ କରିଥିଲେ। ଅଂଶିକାଙ୍କ ମୃତଦେହ ତାଙ୍କ ଶାଶୁ ଘରେ ସନ୍ଦେହଜନକ ଅବସ୍ଥାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଶୁଣି ବହୁ ସଂଖ୍ୟକ ଲୋକ ମୁଥିଗଞ୍ଜରେ ପହଞ୍ଚି ପାଟିତୁଣ୍ଡ କରିଥିଲେ | ତାଙ୍କ ଶାଶୁ ଅଂଶିକାକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏହି ସମୟ ମଧ୍ୟରେ ଶାଶୁଘର ଲୋକେ ଏବଂ ଝିଅର ପିତାମାତାଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ବିଳମ୍ବିତ ରାତ୍ରିରେ ଶାଶୁ ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ  । ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।