ବରଗଡ଼: ଜୁଆଖେଳ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ । ୧୮ ଜଣ ଜୁଆଡ଼ି ଗିରଫ । ଅମ୍ବାଭୋନା ଥାନା ଅନ୍ତର୍ଗତ ବେହେରାପାଲି ନିକଟରେ ଜୁଆ ଖେଳ ଚାଲିଥିବା ଖପର ପାଇ ବରଗଡ଼ ଏସପିଙ୍କ ନିର୍ଦ୍ଦେଶରେ ଚଢାଉ କରିଥିଲେ ଆମ୍ବାଭୋନା ପୋଲିସ୍ । ୧୮ ଜଣ ଜୁଆଡ଼ଙ୍କୁ ଗିରଫ କରିବା ସହ ୧ ଲକ୍ଷ ୯0 ହଜାର ୧୩୦ ଟଙ୍କା, ୧୫୬ ଟି ତାସ୍ କାର୍ଡ, ଗୋଟିଏ ବଡ଼ ପ୍ଲାଷ୍ଟିକ ପଟି, ଗୋଟିଏ ମାରୁତି ଅଲଟୋ ୮୦୦କାର, ଗୋଟିଏ ମାରୁତି K10 କାର, ଗୋଟିଏ ଟାଟା ଇଣ୍ଡିଗୋ କାର, ୭ ଟି ବାଇକ୍ ଏବଂ ୧୭ ଟି ମୋବାଇଲ ଜବତ କରିଛି । ବରଗଡ଼ ଟାଉନ ଥାନା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ଅମରିତ ପଣ୍ଡା ।

